fbpx

ଭୟଙ୍କର ବସ୍ ଦୁର୍ଘଟଣା: ତୀର୍ଥଯାତ୍ରା ଯିବା ବେଳେ ଧକ୍କା ଦେଲା ଆଉ ଏକ ବସ୍

ବସ୍ତା: ତୀର୍ଥଯାତ୍ରାକୁ ଯିବା ସମୟରେ ଘଟି ଯାଇଛି ଏକ ବିରାଟ ବଡ଼ ସଡ଼କ ଦୁର୍ଘଟଣା । ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଦୁଇଟି ବସ୍ ମଧ୍ୟରେ ଦୁର୍ଘଟଣା ଘଟିଯାଇଛି । ଉଭୟ ଗାଡ଼ି ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଦୁଇ ଗାଡ଼ି ମଧ୍ୟରେ ଧକ୍କା ହୋଇଛି । ୬୦ ନମ୍ବର ଜାତୀୟ ରାଜପଥର ଭେଲୋରା ନିକଟରେ ଘଟିଯାଇଛି ଏଭଳି ଏକ ସଡ଼କ ଦୁର୍ଘଟଣା । ଗୋଟିଏ ବସ୍ ବିହାରରୁ ପୁରୀ ଅଭିମୁଖେ ଆସୁଥିବା ବେଳେ ଅନ୍ୟଟି ପଶ୍ଚିମବଙ୍ଗରୁ ପୁରୀ ଆସୁଥିଲା । ବାଟରେ ଉଭୟ ଗାଡ଼ି ମଧ୍ୟରେ ଧକ୍କା ହୋଇଛି । ତେବେ ଦୁଇଟି ଯାକ ବସ୍ ରେ ମୋଟ ୬୦ ଜଣ ଯାତ୍ରୀ ଥିବା ନେଇ ସୂଚନା ମିଳିଛି । ଫଳରେ ଘଟଣାସ୍ଥଳରେ ୧୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲକୁ ପଠାଯାଇଛି ।

Get real time updates directly on you device, subscribe now.