fbpx

ତତଲାଗଡ଼ରେ ଟିଟିଲାଗଡ଼ , ୪୧ଡିଗ୍ରୀ ଉପରେ ରାଜ୍ୟର ୧୪ସହର

ଭୁବନେଶ୍ୱର,୨୬ା୫(ଓଡ଼ିଶା ଭାସ୍କର) : ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ୪୧ଡିଗ୍ରୀ ଉପରେ ରହିଛି ରାଜ୍ୟର ୧୪ସହରର ତାପମାତ୍ରା । ୪୪ଡିଗ୍ରୀ ସହ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଟିଟିଲାଗଡ । ବଲାଙ୍ଗୀରରେ ୪୩.୫, ଅନୁଗୁଳରେ ୪୩.୧, ବୌଦ୍ଧ ଓ ସମ୍ୱଲପୁରରେ ୪୩ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ତାଳଚେର, ହୀରାକୁଦ ଓ ଝାରସୁଗୁଡାର ତାପମାତ୍ରା ୪୨.୬ ଡିଗ୍ରୀ ରହିଥିଲେ । ସେହିପରି ସୋନପୁରରେ ୪୨.୮, ଭବାନୀପାଟଣାରେ ୪୨.୫, ମାଲକାନଗିରିରେ ୪୨, ସୁନ୍ଦରଗଡରେ ୪୧, ଫୁଲବାଣୀରେ ୪୧.୪ ଓ ପାରଳାଖେମୁଣ୍ଡିରେ ୪୧.୨ ଡିଗ୍ରୀ ତାପମାତ୍ରା ରହିଛି ।

Get real time updates directly on you device, subscribe now.