fbpx
BSKY
BJD SHG SKY
BJD YOUTH SKY

ଗୃହରେ ପୁଣି ‘ପରୀ’ ଝଡ: ୩ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୮ ।୧୧(ଓଡିଶା ଭାସ୍କର): ନୟାଗଡର ପରୀ ହତ୍ୟା ମାମଲାକୁ ନେଇ ଆଜି ପୁଣି ବିଧାନସଭାରେ ହଟ୍ଟଗୋଳ ଆରମ୍ଭ ହୋଇଛି । ଏସଆଇଟି ଗଠନ ନେଇ ସ୍ପଷ୍ଟୀକରଣ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । ସେହିପରି ମନ୍ତ୍ରୀଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି କରି ହୋହଲ୍ଲା କରିଛନ୍ତି ବିଜେପି ସଦସ୍ୟ । କଂଗ୍ରେସ ଓ ବିଜେପି ସଦସ୍ୟଙ୍କର ପ୍ରବଳ ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

Get real time updates directly on you device, subscribe now.