Carbon Dating କ’ଣ: ଏହାଦ୍ୱାରା ଜ୍ଞାନବାପୀରୁ ମିଳିଥିବା ‘ଶିବଲିଙ୍ଗ’ର ବୟସ କେମିତି ଜଣାପଡ଼ିବ, ଜାଣନ୍ତୁ ବିସ୍ତୃତ ବୈଜ୍ଞାନିକ ତଥ୍ୟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରାଣସୀ ଜ୍ଞାନବାପୀ ପରିସରରେ ଥିବା ‘ଶିବଲିଙ୍ଗ’ର ସଠିକ୍ ବୟସ ଜାଣିବା ପାଇଁ କାର୍ବନ ଡେଟିଂ କରିବା ପାଇଁ ଦାବି କରାଯାଉଛି । ଏହି ମାମଲାର ଶୁଣାଣି ଆସନ୍ତା ୨୯ ତାରିଖରେ କରାଯିବ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି କାର୍ବନ ଡେଟିଂ କ’ଣ, ଏହାଦ୍ୱାରା ଶିବଲିଙ୍ଗର ସଠିକ୍ ବୟସ କେମିତି ଜାଣିହେବ? ଏହି ଟେକନିକ ପ୍ରକୃତରେ ଠିକ୍ ନା ଭୁଲ?

କାର୍ବନ ଡେଟିଂକୁ ରେଡିଓ କାର୍ବନ ଡେଟିଂ ମଧ୍ୟ କୁହାଯାଇଥାଏ । ୧୯୪୯ରେ ଆମେରିକାର ଚିକାଗୋ ୟୁନିଭରସିଟିର ବିଲିୟର୍ଡ ଲିମ୍ବୀ ଏହି ଟେକନିକର ସନ୍ଧାନ ପାଇଥିଲେ । ଏହି କାର୍ଯ୍ୟ ପାଇଁ ତାଙ୍କୁ ୧୯୬୦ରେ କେମିଷ୍ଟ୍ରିରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ଏହି ଟେକନିକର ପ୍ରୟୋଗ କରି ପ୍ରାଚୀନ କାଳର କାଠର ବୟସ ଜାଣିବାରେ ସକ୍ଷମ ହୋଇଥିଲେ । ତାହାକୁ ଆବସୁଲ୍ୟୁଟ ଡେଟିଂ ମଧ୍ୟ କୁହାଯାଉଥିଲା । ତେବେ ଏ କ୍ଷେତ୍ରରେ କେବଳ ଆନୁମାନିକ ଭାବେ ବୟସ ଜାଣିହୁଏ, ଏହାର ସଠିକତାକୁ ନେଇ ଆଜି ମଧ୍ୟ ବିବାଦ ଜାରି ରହିଛି ।

ବୈଜ୍ଞାନିକଙ୍କ ମତରେ, ରେଡିଓ କାର୍ବନ ଯେଉଁ ମାତ୍ରାରେ ସମାପ୍ତ ହେବାରେ ଲାଗିଛି ତା’ର ପାଖାପାଖି ୨୮ ପ୍ରତିଶତ ଦ୍ରୁତ ଭାବେ ଏହା ନିର୍ମାଣ ହୋଇଥାଏ । ଏହାର ସନ୍ତୁଳନର ସ୍ଥିତିକୁ ହାସଲ କରିବା ମୁସ୍କିଲ ହୋଇଥାଏ । ସେହି କାରଣରୁ ଜୀବଜନ୍ତୁମାନେ ମରିବା ପରେ ମଧ୍ୟ ପାର୍ବନର ଅବଶୋଷଣ କରିଥାନ୍ତି । ଏଥିପାଇଁ ଅସ୍ଥିର ରେଡିୟୋଏକ୍ଟିଭ ତତ୍ତ୍ୱ ଦୀର୍ଘ ସମୟ ପରେ ସମାପ୍ତ ହୋଇଥାଏ ।

ବାୟୁମଣ୍ଡଳରେ କାର୍ବନର ୩ ପ୍ରକାରର ଆଇସୋଟୋପ ରହିଥାଏ, କାର୍ବନ ୧୨, କାର୍ବନ ୧୩ ଓ କାର୍ବନ ୧୪ । ଏହା ଧରିତ୍ରୀର ବିଭିନ୍ନ ପ୍ରାକୃତିକ ପ୍ରକ୍ରିୟାର ଅଂଶ ହୋଇଥାଏ । କାର୍ବନ ଡେଟିଂ ପାଇଁ କାର୍ବନ ୧୪ର ଆବଶ୍ୟକତା ପଡ଼ିଥାଏ । କାରଣ ଅନ୍ୟ ଦୁଇ ଆଇସୋଟୋପ ସ୍ଥଳଭାଗ ଓ ବାୟୁମଣ୍ଡଳରେ ସହଜରେ ମିଳିଥାଏ, ମାତ୍ର କାର୍ବନ ୧୪ ମୁସ୍କିଲରେ ମିଳିଥାଏ । କାର୍ବନ ଡେଟିଂ ମାଧ୍ୟମରେ କାର୍ବନ ୧୨ ଓ କାର୍ବନ ୧୪ ମଧ୍ୟରେ ଅନୁପାତ ବାହାର କରାଯାଏ । କାର୍ବନ ୧୪ ଏକ ପ୍ରକାରର କାର୍ବନର ରେଡିଓଧର୍ମୀ ଆଇସୋଟୋପ, ଏହାର ଅର୍ଦ୍ଧ ଆୟୁକାଳ ୫୭୩୦ ବର୍ଷ ହୋଇଥାଏ । କାର୍ବନ ଡେଟିଂରେ କାଠ, କୋଇଲା, ହାଡ଼, ଚମଡ଼ା, ରକ୍ତ, କେଶ, ମାଟି, ଫଳର ଆନୁମାନିକ ବୟସ ଜାଣିହୁଏ । ଯଦି ପଥରରେ କୌଣସି ପ୍ରକାରର କାର୍ବନିକ ପଦାର୍ଥ ମିଳେ, ତେବେ ତା’ର ଆନୁମାନିକ ବୟସ ଜାଣିହୁଏ ।

Get real time updates directly on you device, subscribe now.