fbpx

ଚା’ ପିଇବାର କେତେ ସମୟ ପରେ ପାଣି ପିଇବା ଉଚିତ୍ ?

ଦେଶର ପ୍ରାୟ ଅଧିକାଂଶ ଲୋକ ଚା ପିଇବାକୁ ପସନ୍ଦ କରନ୍ତି। ଅନେକ ଲୋକଙ୍କର ତ ଦିନର ଆରମ୍ଭ ଚା ସହିତ ହୁଏ। କିନ୍ତୁ ଚାର ସ୍ୱାଦ ନେବା ସହିତ ଏହାର ସେବନ ସହ ଜଡିତ ନିୟମ ବିଷୟରେ ବି ଜାଣିବା ଦରକାର। ବାସ୍ତବରେ, କିଛି ଲୋକ ଚା’ ପିଇବା ପରେ ଶୋଷିଲା ଅନୁଭବ କରିଥାନ୍ତି, ଏବଂ ସେମାନେ ତୁରନ୍ତ ପାଣି ପିଇଦେଇଥାନ୍ତି । କିନ୍ତୁ ଗରମ ଚା’ ଏବଂ ଥଣ୍ଡା ପାଣିର ମିଶ୍ରଣ କେବଳ ଦାନ୍ତ ପାଇଁ ନୁହେଁ ବରଂ ପେଟ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ । ଆସନ୍ତୁ ଜାଣିବା ଗରମ ଚା’ ପରେ ଥଣ୍ଡା ପାଣି ପିଇବା ସ୍ୱାସ୍ଥ୍ୟ ଉପରେ କଣ ପ୍ରଭାବ ପକାଇଥାଏ ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏକ କପ୍ ଚାରେ ପ୍ରାୟ ୫୦ ମିଲି ଗ୍ରାମ କ୍ୟାଫେନ୍ ଥାଏ, ଯାହା ଡାଇୟୁରେଟିକ୍ ଭାବରେ କାର୍ଯ୍ୟ କରିଥାଏ । ଏହାଦ୍ୱାରା ଶୀଘ୍ର ପରିସ୍ରା ଲାଗିବା ସହିତ ଶୋଷ ମଧ୍ୟ ଲାଗିଥାଏ । ଅତ୍ୟଧିକ ଡାଇୟୁରେସିସ୍ କାରଣରୁ ଶରୀରରେ ଜଳର ଅଭାବ ଦେଖାଯାଇଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇଥାଏ ।
ଚା ‘ ପିଇବାର କେତେ ସମୟ ପରେ ପାଣି ପିଇବା ଉଚିତ୍

ଚା’ କିମ୍ବା କୌଣସି ଗରମ ପଦାର୍ଥ ପିଇବା ପରେ ତୁରନ୍ତ ପାଣି ପିଇବା ଉଚିତ୍ ନୁହେଁ । ଏହି ଅଭ୍ୟାସ କ୍ଷତି ପହଞ୍ଚାଇଥାଏ । ସାଧାରଣତଃ ଗରମ ପାନୀୟ ପିଇବା ପରେ ଅତି କମରେ ୧୫-୨୦ ମିନିଟ୍ ପରେ ପାଣି ପିଇବା ଉଚିତ୍ । ଏଥିସହ ଦିନସାରା ୨-୩ କପରୁ ଅଧିକ ଚା’ ପିଅନ୍ତୁ ନାହିଁ ।

ଚା’ ପିଇବା ପରେ ପାଣି ପିଇବା ଦ୍ୱାରା ଦାନ୍ତ ସମସ୍ୟା, ପେଟ ଘା’, ନାକରୁ ରକ୍ତ ବାହାରିବା, ଥଣ୍ଡା କାଶ, ହୃଦଘାତ ଭଳି ସମସ୍ୟା ଦେଖାଯାଏ । ଏଥିପାଇଁ ଚା ପିଇବାର ୧୫ କିମ୍ବା ୩୦ମିନିଟ୍ ପୂର୍ବରୁ ପାଣି ପିଇବା ଉଚିତ୍ ।

Get real time updates directly on you device, subscribe now.