fbpx
BSKY
BJD SHG SKY
BJD YOUTH SKY

ମୁକେଶ ଅମ୍ବାନୀଙ୍କ ଘରୋଇ ପରିଚାରକ ମାନଙ୍କୁ ମିଳୁଛି ଏତିକି ଟଙ୍କା, ଶୁଣିଲେ ଉଡ଼ିଯିବ ହୋସ୍

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ଘରେ ଚାକିରୀ କରୁଥିବା କର୍ମଚାରୀ ମାନଙ୍କ ପିଲା ମାନେ ବି ଆମେରିକାରେ ପଢ଼ନ୍ତି । ତେବେ ଆପଣ ଟିକେ ଭାବନ୍ତୁ ସେମାନଙ୍କୁ କେତେ ଦରମା ମିଳୁଥିବ । ତେବେ ଏହା ଜାଣିବା ପରେ ଆପଣଙ୍କ ହୋସ୍ ବି ଉଡିଯିବ । ତେବେ ଚାଲନ୍ତୁ ଜାଣିବା ମୁକେଶ ଅମ୍ବାନୀଙ୍କ ଚାକର ମାନଙ୍କ ଲାଇଫଷ୍ଟାଇଲ୍ ଏବଂ ଦରମା ସମ୍ପର୍କରେ ।

ମୁକେଶ ଅମ୍ବାନୀଙ୍କ ତ ଆପଣ ମାନେ ଜାଣିଥିବେ ନିଶ୍ଚୟ । ଭାରତ ଓ ପୂରା ଏସିଆରେ ସବୁଠାରୁ ଧନୀ ବ୍ୟକ୍ତି ହେଉଛନ୍ତି ମୁକେଶ ଅମ୍ବାନୀ । କଣ ଆପଣ ଜାଣନ୍ତି କି ଦୁନିଆରେ ସବୁଠାରୁ ମହଙ୍ଗା ଘର କାହାର? ତେବେ ଆଜି ଜାଣନ୍ତୁ । ମୁକେଶ ଅମ୍ବାନୀଙ୍କ ଘର ହେଉଛି ସବୁଠାରୁ ମହଙ୍ଗା ଘର । ତାଙ୍କ ଲାଇଫଷ୍ଟାଇଲ୍ ସବୁବେଳେ ଚର୍ଚ୍ଚାରେ ଥାଏ । ହେଲେ ଆପଣ ମାନେ ଜାଣି ନଥିବେ ଯେ, ତାଙ୍କ ଘରେ କାମ କରୁଥ୍ରିବା କର୍ମଚାରୀ ମାନଙ୍କ ଦରମା କେତେ ।

ମୁକେଶ ଅମ୍ବାନୀଙ୍କ ଘରର ନାମ ହେଉଛି ଆଣ୍ଟିଲିୟା । ଏଠାରେ ୨୭ଟି ମହଲା ହୋଇଥିବା ବେଳେ ଏଠାରେ ୬୦୦ ଜଣ କର୍ମଚାରୀ କାମ କରନ୍ତି । ସେଠାରେ କାମ କରୁଥିବା ପ୍ରତ୍ୟେକ ଷ୍ଟାଫ୍ ଙ୍କୁ ସେ ପରିବାର ଭଳି ଟ୍ରିଟ୍ କରନ୍ତି । ତେବେ ମିଡିଆ ରିପୋର୍ଟ ଅନୁସାରେ, ଅମ୍ବାନୀଙ୍କ ଚାକରଙ୍କ ଦୁଇଜଣ ପିଲା ଆମେରିକାରେ ପାଠ ପଢ଼ନ୍ତି । ତାଙ୍କ ଘରେ କାମ କରୁଥିବା ସବୁ କର୍ମଚାରୀଙ୍କ ଦରମା ପାଖାପାଖି ୨ ଲକ୍ଷ । ଖାଲି ସେତିକି ନୁହେଁ ତାଙ୍କ ରୋଷେୟାଙ୍କ ଦରମା ବି ୨ ଲକ୍ଷ ଟଙ୍କା । ଷ୍ଟାଫ୍ ମାନଙ୍କ ଦରମା ସହିତ ଜୀବନ ବୀମା ବି ସାମିଲ ରହିଛି ।

ଏଠାରେ ଆପଣ ମାନେ ଭାବୁଥିବେ ଯେ, ରୋଷେୟା ମାନେ ୨ ଲକ୍ଷ ଟଙ୍କା ପାଉଛନ୍ତି ତେବେ ତାଙ୍କ ଘରେ ସବୁବେଳେ ସ୍ପେଶାଲ୍ ଖାଦ୍ୟ ତିଆରି ହେଉଥିବ । କିନ୍ତ ନା, ସେମାନଙ୍କୁ ସାଧାରଣ ଖାଇବା ଖୁବ୍ ପସନ୍ଦ । ମୁକେଶ ଅମ୍ବାନୀଙ୍କୁ ଇଡଲି ଓ ସାମ୍ବର ଖାଇବା ଖୁବ୍ ପସନ୍ଦ । ସେ ଅଧିକାଂଶ ଗୁଜୁରାତି ଖାଦ୍ୟ ପସନ୍ଦ ।

Get real time updates directly on you device, subscribe now.