fbpx
BSKY
BJD MC SKY
BJD YOUTH SKY

ଜେଲ‌ରେ କେମିତି ଦିନ କାଟୁଥିଲେ ରିୟା

ମୁମ୍ବାଇ,୮ ।୧୦: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନୂଆ ମୋଡ ନେଇଥିବା ଡ୍ରଗ୍ସ ମାମଲାରେ ବମ୍ବେ ହାଇକୋର୍ଟରୁ ଜାମିନ ମିଳିବା ପରେ ରିୟା ଚକ୍ରବର୍ତ୍ତୀ ଗତକାଲିଜେଲରୁ ମୁକୁଳିଛନ୍ତି। ଡ୍ରଗ୍ସ କାରବାରରେ ସମ୍ପୃକ୍ତି ନେଇ ସେପ୍ଟେମ୍ବର ୮ ତାରିଖରେ ଏନସିବି ଦ୍ୱାରା ଗିରଫ ହୋଇଥିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ଏହାର ଗୋଟିଏ ଦିନ ପୂର୍ବରୁ ଗିରଫ ହୋଇଥିଲେ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ । ରିୟା ୨୮ ଦିନ ଜେଲରେ ରହିବା ପରେ ନିଜ ଘରକୁ ଫେରିଛନ୍ତି। ବର୍ତ୍ତମାନ ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ରିୟାଙ୍କର ଏହି ୨୮ ଦିନ ଜେଲରେ କିପରି ବିତାଉଥିଲେ।

ତେବେ ରିୟାଙ୍କ ୨୮ ଦିନର ଜେଲ ଅନୁଭୂତି ବଖାଣିଛନ୍ତି ଅଭିନେତ୍ରୀଙ୍କ ଓକିଲ ସତୀଶ ମାନସିନ୍ଧେ । ସେ କହିଛନ୍ତି ଯେ, ‘ ରିୟା ଥାନାରେ ସାଧାରଣ ମହିଳାଙ୍କ ଭଳି ରହୁଥିଲେ। ସେ ପ୍ରତିଦିନ ଅନ୍ୟ କଏଦୀଙ୍କ ଯୋଗ କ୍ଲାସ ନେଉଥିଲେ। କରୋନା ଯୋଗୁ ବାହାର ଖାଦ୍ୟ ଯାଇପାରୁ ନ ଥିବାରୁ ସେ ଜେଲ୍‌ ଖାଦ୍ୟ ହିଁ ଖାଉଥିଲେ। ଜେଲ୍‌ରେ ସେ ନିଜର ଯତ୍ନ ଭଲ ଭାବରେ ନେଉଥିଲେ ବୋଲି ଓକିଲ ସତୀଶ ମାନଶିନ୍ଦେ କହିଛନ୍ତି। ଆର୍ମୀ ଯବାନଙ୍କ ଝିଅ ଭାବେ ରିୟା ଯୁଦ୍ଧ ଭଳି ପରିସ୍ଥିତିର ସାମ୍ନା କରିଛନ୍ତି।’

Get real time updates directly on you device, subscribe now.