fbpx
BJD SKY
BJD SKY

ରବର ବ୍ୟାଣ୍ଡ କିପରି ପ୍ରସ୍ତୁତ ହୁଏ? ଜାଣିବାକୁ ଆଗ୍ରହୀ ଅଛନ୍ତି ଯଦି ଏହି ଭିଡିଓ ଦେଖନ୍ତୁ, ସବୁ ପ୍ରକ୍ରିୟା ଜାଣିପାରିବେ

BJD

ଓଡିଶା ଭାସ୍କର: ଆମେ ଆଜିକାଲି ପ୍ରାୟ ସବୁ ସମୟରେ ରବର ବ୍ୟାଣ୍ଡ ବ୍ୟବହାର କରୁଛନ୍ତି। କିନ୍ତୁ ଏହି ରବର ବ୍ୟାଣ୍ଡ କିପରି ପ୍ରସ୍ତୁତ କରାଯାଏ ଆପଣ ଜାଣିଛନ୍ତି କି? ତେବେ ପ୍ରାୟ ସପ୍ତାହେ ହେବ ଏଭଳି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରବର ବ୍ୟାଣ୍ଡ ତିଆରି ପଛରେ ଜଟିଳ ପ୍ରକ୍ରିୟାକୁ ଦର୍ଶାଯାଇଛି। କଞ୍ଚାମାଲ ସଂଗ୍ରହ ଠାରୁ ଆରମ୍ଭ କରି ଅନ୍ତିମ ଦ୍ରବ୍ୟର ଉତ୍ପାଦନ ପର୍ୟ୍ୟନ୍ତ ଭିଡିଓଟି ସମଗ୍ର ପ୍ରକ୍ରିୟାକୁ ବର୍ଣ୍ଣନା କରିଛି। ତେବେ ଏହାର ଉତ୍ପାଦନ ପ୍ରକ୍ରିୟାକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି। ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ କରିଛନ୍ତି।

ଏହି ଭିଡିଓଟି ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ @foodexplorerlalit ରେ ସେୟାର କରାଯାଇଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ବାଲ୍ଟିରେ ରବର ଗଛରୁ ଜଣେ ବ୍ୟକ୍ତି ପ୍ରଥମେ ରସ ସଂଗ୍ରହ କରୁଛନ୍ତି । ଏହା ସହ ଭିଡିଓ ଚାଲିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଡ୍ରମରେ ସଂଗୃହିତ ରସକୁ ରଙ୍ଗରେ ଯୋଗ କରୁଛନ୍ତି । ଏହାପରେ ଉକ୍ତ ରଙ୍ଗୀନ ରସରେ ଏକ ଛାଞ୍ଚ ବୁଡ଼ା ଯାଉଛି। ରସ ଟିକିଏ ଶୁଖିଯିବା ପରେ ଧୀରେ ଧୀରେ କରି ଛାଞ୍ଚଟିକୁ ବାହାରକୁ କଢ଼ା ଯାଉଛି। ଏହା ପରେ, ତାହାକୁ ଖରାରେ ଶୁଖାଯାଉଛି । ରବର ଶୁଖିଯିବା ପରେ ଛାଞ୍ଚରୁ ରବରକୁ ଅଲଗା କରାଯାଉଛି। ପରେ ଏକ ବଡ଼ ମେସିନ୍ ତାହାକୁ ପତଳା ପତଳା ଖଣ୍ଡରେ କାଟି ଆମେ ପ୍ରତିଦିନ ବ୍ୟବହାର କରୁଥିବା ରବର ବ୍ୟାଣ୍ଡ ପ୍ରସ୍ତୁତ କରୁଛି। ତେବେ ଏହି ପୁରା ପ୍ରକ୍ରିୟାକୁ ଦର୍ଶକ ମାନେ ବେଶ ପସନ୍ଦ କରିଛନ୍ତି ଓ ଭିଡିଓକୁ ନେଇ ଅନେକ ସେୟାର ଓ କମେଣ୍ଟ କରିଛନ୍ତି ।

 

View this post on Instagram

 

A post shared by @foodexplorerlalit

Get real time updates directly on you device, subscribe now.