fbpx

କେମିତି କଟିବ ପହିଲି ରଜ? ଏହି ରାଶିଙ୍କ ପାଇଁ ଖୁବ ଶୁଭ ହେବ ଆଜିର ଦିନ…

Advertisement

ଓଡ଼ିଶା ଭାସ୍କର: ଆଜି ପହିଲି ରଜ । ସାରା ଓଡ଼ିଶା ଆଜି ନିଜ ଗଣପର୍ବ ରଜକୁ ଧୁମଧାମରେ ପାଳନ କରିବାରେ ବ୍ୟସ୍ତ । ଏଥପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁରୁ ସହର । ତେବେ ଆଜି ଦିନଟି ଆପଣମାନଙ୍କର କେମିତି କଟିବ ଆପଣମାନେ ଜାଣି ରଖନ୍ତୁ । କେଉଁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ଲାଭ ଦାୟକ ହେବ ପହିଲି ରଜ ।

ମେଷ- ଏହି ରାଶିର ଲୋକଙ୍କ ପାଇଁ ଆଜି ଦିନଟି ଭଲରେ କଟିବ । ମେଷ ରାଶିର ମହିଳାମାନଙ୍କ ପାଇଁ ଦିନଟି ବହୁତ ଶୁଭ ରହିଛି । ଆଜି ବାହାରକୁ ସପିଙ୍ଗ କରିବାକୁ ଯାଇପାରନ୍ତି । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଶୁଭ ଖବର ମିଳିବ । ଆଜି ଦିନଟିରେ ନିଜ ଉପରେ ସମ୍ପୂର୍ଣ୍ଣ ଭରସା ରଖନ୍ତୁ । ଏହି ରାଶିର ରାଜନେତାମାନେ ବିଦେଶ ଯାତ୍ରା କରିବାର ସୁଯୋଗ ମିଳିପାରେ ।

ବୃଷ- ବୃଷ ରାଶିର ବ୍ୟକ୍ତିମାନେ ଆଜି ଦିନରେ ନିଜ ଉପରେ ଆତ୍ମବିଶ୍ୱାସ ରଖିଲେ ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବ । କୌଣସି କାମ ଆରମ୍ଭ କରିବାରେ ଆପଣଙ୍କର କେହି ବନ୍ଧୁ ଆପଣଙ୍କୁ ସହଯୋଗ କରିବେ । ଆପଣ ଯୋଜନା କରିଥିବା କାର୍ଯ୍ୟ ସଫଳ ହେବ । ବ୍ୟବସାୟିକ ବ୍ୟକ୍ତି ଲାଭ ପାଇବେ । ଆଜି ଦିନରେ ଝଗଡାଠାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ ।

ମିଥୁନ- ଆଜି ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । ମହିଳା ଓ ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ ଫଳ ଦେବ । ଅଫିସ କାମରେ ମଧ୍ୟ ସହକର୍ମୀ ମାନଙ୍କ ସହଯୋଗ ମିଳିବ । କୌଣସି କାମ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । ଅଜି ମନ ଶାନ୍ତ ରହିବ । ଦାମ୍ପତ୍ୟ ଜାବନ ଭଲ ରହିବ ।

କର୍କଟ- ଆଜି ଭାଗ୍ୟ ଆପଣଙ୍କୁ ସାଥ୍ ଦେବ । ନୂତନ ଘର ବା ଜମି କ୍ରୟ କରିବାକୁ ଦିନଟି ମଙ୍ଗଳ ଦାୟକ ରହିଛି । କୌଣସି ଜିନିଷ କିଣିବା ପୂର୍ବରୁ ଗୁରୁଜନ ମାନଙ୍କର ଆଶିର୍ବାଦ ଗ୍ରହଣ କରନ୍ତୁ । କ୍ରୋଧରେ ଆଜି କୌଣସି ପ୍ରକାର ନିଷ୍ପତ୍ତି ନିଅନ୍ତୁ ନାହିଁ । ପିଲାମାନଙ୍କ ଶିକ୍ଷାକ୍ଷେତ୍ରରେ ଦିନଟି ଶୁଭ ରହିଛି । ପ୍ରେମୀ ଯୁଗଳ ମାନଙ୍କର ପାଇଁ ଦିନଟି ଶୁଭପ୍ରଦ ହୋଇପାରେ ।

ସିଂହ- ଆଜି ବୟସ୍କ ଲୋକଙ୍କଠାରୁ ମିଳିଥିବା ପରାମର୍ଶ ସଠିକ କାମରେ ଲାଗିବ । ଆଦି ଦିନଟି ଆପଣଙ୍କ ନିମନ୍ତେ ଶୁଭଦାୟକ ରହିବ । ଯଦି ଆପଣଙ୍କ କୌଣସି ନୂତନ କାର୍ଯ୍ୟ କରନ୍ତି, ତେବେ ଏହା ସୁଫଳ ଲାଭ ହେବ । ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିବ ।

କନ୍ୟା- ଆଜି ଦିନଟି ଆପଣଙ୍କର ଖୁସିରେ କଟିବ । ରାଜନୀତିରେ ସକ୍ରିୟ ଥିବା ବ୍ୟକ୍ତିଙ୍କୁ ସଫଳ ମିଳିବାର ସୁଯୋଗ ବହୁ ଅଧିକ ରହିଛି । ଆଜି ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କର ଏକ କମ୍ପାନୀ ସହ ବଡ ହେବାର ଯୋଗ ରହିଛି ।

ତୁଳା- ଆଜି ଭାଗ୍ୟ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ । ପାରିବାରିକ ଜୀବନରେ ସୁଖ ଶାନ୍ତି ଭରି ରହିବ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭାବିଚିନ୍ତି ନିଅନ୍ତୁ । ଆଜି କରିଥିବା ପରିଶ୍ରମ ଆପଣଙ୍କ ଭବିଷ୍ୟତରେ ବହୁତ କାମରେ ଲାଗିବ । ଆଜି ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ।

ବିଛା- ଆଜି ବିଛା ରାଶିର ବ୍ୟକ୍ତିମାନଙ୍କ ପାଇଁ ଦିନଟି ଖୁବ ଶୁଭ ରହିଛି । ଆଜିର ଦିନରେ ଆପଣ କୌଣସି ବୟସ୍କ ଲୋକମାନଙ୍କ ସେବା କରିବାର ସୁଯୋଗ ମିଳିପାରେ । ଆଜି ଆପଣ ସମସ୍ତ କାର୍ଯ୍ୟ ବହୁତ ସହଜରେ ତୁଲାଇ ପାରିବେ । ଛାତ୍ରମାନଙ୍କ ପାଇଁ ଦିନଟି ଭଲ ରହିଛି । କ୍ରୀଡା ସହ ଜଡିତ ବ୍ୟକ୍ତିମାନଙ୍କୁ ନୂଆ ସୁଯୋଗ ମିଳିବ ।

ଧନୁ- ଆଜି ଆପଣ କଠିନ ପରିଶ୍ରମ କରିଥିବାର ଫଳ ନିଶ୍ଚିତ ପାଇବେ । ଦିନଟି ସକରାତ୍ମକ ଭାବନାରେ ଭରିଦେବ । କଳାକ୍ଷେତ୍ରରେ ରହିଥିବା ବ୍ୟକ୍ତିଙ୍କୁ ଅନେକ ସୁଯୋଗ ମିଳିବ । ଓକିଲାତି କରୁଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ବହୁତ ଲାଭ ମିଳିପାରିବ । ଛାତ୍ରଛାତ୍ରୀମାନଙ୍କୁ ପାଠପଢାରେ ଅନେକ ସୁଯୋଗ ମିଳିପାରେ ।

ମକର- ଆଜି କୌଣସି କାମ ହାତଛଡା କରନ୍ତୁ ନାହିଁ । କୌଣସି ବ୍ୟକ୍ତିଙ୍କ ଠାରୁ କିଛି ଉପହାର ମିଳିପାରେ । ଦିନ ସାରା ଖୁସିରେ ରହିବେ । ଏହି ରାଶିର ଛାତ୍ରଛାତ୍ରୀମାନେ କ୍ୟାରିୟରରେ ଆଗକୁ ଯିବାର ସୁଯୋଗ ପାଇବେ । ନବ ବିବାହିତ ଦମ୍ପତି ବାହାରକୁ ବୁଲିବାକୁ ଯାଇପାରନ୍ତି ।

କୁମ୍ଭ- ଆଜି ଦିନଟି ଆପଣଙ୍କୁ ବହୁତ ଆରାମଦାୟକ ଅନୁଭବ ହେବ । କୌଣସି ଶୁଭ କାମ କରିବା ଆଗରୁ ଗୁରୁଜନଙ୍କର ପରାମର୍ଶ ନିଅନ୍ତୁ । ପରିବାରରରେ ଲାଗିଥିବା କଳହର ସମାଧାନ ହେବ । କୌଣସି ଦିଗରୁ ଅର୍ଥ ପ୍ରାପ୍ତି ହୋଇପାରେ । ଏଜି ଦିନଟି ଆପଣଙ୍କୁ ନୂଆ ସଯୋଗ ଆଣିଦେବ ।

ମୀନ- ଦିନଟି ବହୁତ ଭଲରେ କଟିବ । ଅଫିସରେ ପଦୋନ୍ନତି ହୋଇ ପାରେ । ପରିବାର ସହିତ ରାତ୍ରୀ ଭୋଜନ ପାଇଁ ବାହାରକୁ ଯାଇ ପାରନ୍ତି । ଆପଣଙ୍କ ଜୀବନରେ ଚାଲିଥିବା ସମସ୍ୟା ଆଜିଠାରୁ ସମାପ୍ତ ହେବ । ହଠାତ କୌଣସି ଦିଗରୁ ଆପଣଙ୍କୁ ଟଙ୍କା ମିଳିପାରେ ।

Get real time updates directly on you device, subscribe now.