fbpx

ପାର୍ଟନର ସହ ମନୋମାଳିନ୍ୟ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ..

Advertisement

ନେକ ସମୟରେ ଆପଣ ନିଜ ଭୁଲକୁ ସ୍ୱୀକାର କରନ୍ତି ନାହିଁ ଏବଂ ଅନ୍ୟମାନଙ୍କ ଭୁଲ୍ ଖୋଜିବାରେ ସମସ୍ତ ସମୟ ଲଗାଇ ଦେଉଛନ୍ତି । ଏହାଫଳରେ ସମ୍ପର୍କ ଧିରେ ଧିରେ ଖରାପ ହୋଇଥାଏ । ସମ୍ପର୍କ ଆମ ଜୀବନରେ ଏକ ମଜବୁତ ସ୍ତମ୍ଭ ଭଳି ହୋଇଥାଏ । ରିଲେସନସିପ୍ ଯେତେ ମଜବୁତ, ଜୀବନ ସେତିକି ସହଜ ହୋଇଯାଏ । ଏକ ଭଲ ସମ୍ପର୍କ ପାଇଁ ଅନେକ ବିଷୟ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ । ତେବେ ଅନେକ ସମୟରେ ନିଜର କିଛି ବ୍ୟବହାର କିମ୍ବା ଅଭ୍ୟାସ କାରଣରୁ ଏପରି ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ଏପରି କ୍ଷେତ୍ରରେ ରିଲେସନସିପକୁ ସୁଧାରିବାକୁ ଆପଣାନ୍ତୁ ଏହି ଟିପ୍ପ
. ସମ୍ପର୍କକୁ ସୁଧାରିବା ପାଇଁ ପରସ୍ପରକୁ ପର୍ଯ୍ୟାପ୍ତ ସମୟ ଦିଅନ୍ତୁ । ଏହାସହ ନିଜ ପସନ୍ଦ ନାପସନ୍ଦ ପରସ୍ପର ସହ ସେୟାର କରନ୍ତୁ ।
. ନିଜ ପ୍ରେମୀଙ୍କୁ କେବେ ବି ସେ କେତେ ପଇସା ଖର୍ଚ୍ଚ କରୁଛନ୍ତି ଏବଂ ଆକାଉଣ୍ଟରେ କେତେ ପଇସା ରହିଛି ତାହା ପଚାରନ୍ତୁ ନାହିଁ । ଯଦି ଆପଣ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ତେବେ କଥା ଭିନ୍ନ । କିନ୍ତୁ ଆପଣ ବିବାହ କରିନଥିଲେ ଏହି ବିଷୟ ଉଠାନ୍ତୁ ନାହିଁ ।
. ଗୋଟିଏ କଥାକୁ ନିଜ ପ୍ରେମୀଙ୍କୁ ବାରମ୍ବାର ପଚାରନ୍ତୁ ନାହିଁ ।
. ଆପଣଙ୍କ ଏକ୍ସ ପ୍ରେମୀଙ୍କ ବିବାହ ହୋଇସାରିଛି କି ନାହିଁ ତାହା ଯଦି ଆପଣଙ୍କ ବର୍ତ୍ତମାନର ପ୍ରେମୀ ଜାଣିବାକୁ ଉତ୍ସୁକ ନୁହେଁ, ତେବେ ତାହା ନିଜ ଆଡ଼ୁ ପ୍ରକାଶ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କ ବର୍ତ୍ତମାନର ପ୍ରେମୀ ଭାବି ନିଅନ୍ତି ଯେ, ଆପଣ ନିଜ ଏକ୍ସ ପ୍ରେମୀଙ୍କୁ ଏବେ ବି ଭୁଲି ପାରି ନାହାନ୍ତି । ବାରମ୍ବାର ନିଜ ପୁରାତନ ପ୍ରେମୀଙ୍କ ବିଷୟରେ ବାରମ୍ବାର ପ୍ରକାଶ କରିବେ ତେବେ ସମ୍ପର୍କ ଖରାପ ହେବାର ସମ୍ଭାବନା ରହିଛି ।
. ନିଜ ବନ୍ଧୁ କିମ୍ବା ବାନ୍ଧବୀଙ୍କ ସମ୍ପର୍କରେ ବାରମ୍ବାର ପ୍ରକାଶ କରନ୍ତୁ ନାହିଁ । ଏହାକୁ ନିଜ ଭିତରେ ସୀମିତ ରଖନ୍ତୁ । ହୋଇପାରେ ଆପଣଙ୍କ ପାର୍ଟନର ଆପଣଙ୍କ ବନ୍ଧୁ କିମ୍ବା ବାନ୍ଧବୀଙ୍କ ବିଷୟରେ ଶୁଣିବାକୁ ଇଚ୍ଛୁକ ନୁହଁନ୍ତି ।
. ନିଜ ପାର୍ଟନରଙ୍କ ପସନ୍ଦ ଓ ନାପସନ୍ଦ ବିଷୟରେ ଜାଣିବା ଅତ୍ୟନ୍ତ ଜରୁରୀ । ଯଦି ଏପରି ନକରନ୍ତି ତେବେ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କ ଖରାପ ହୋଇପାରେ ।
. ଯଦି ଆପଣ ବିବାହିତ । ତେବେ ଅନ୍ୟର ପତି ବା ପତ୍ନୀ ସର୍ବଦା କ’ଣ କରୁଛନ୍ତି । ସେପରି କରିବାକୁ ନିଜ ପତି ବା ପତ୍ନୀଙ୍କୁ ବାରମ୍ବାର ବାଧ୍ୟ କରନ୍ତୁ ନାହିଁ ।
. ବାରମ୍ବାର ନିଜ ପ୍ରେମିକ କିମ୍ବା ପ୍ରେମିକାଙ୍କୁ ଛାଡ଼ିବାକୁ ଧମକ ଦିଅନ୍ତୁ ନାହିଁ ।
. ପରସ୍ପରର ସମ୍ମାନ କରନ୍ତୁ ।

Get real time updates directly on you device, subscribe now.