fbpx

PAN Cardରେ ସହଜରେ ବଦଳି ପାରିବ ନାମ ଓ ଜନ୍ମ ତାରିଖ: ଅନଲାଇନରେ ଏହି ଉପାୟ ଆପଣାନ୍ତୁ

ନୂଆଦିଲ୍ଲୀ: ଆଧାର କାର୍ଡ ଭଳି ପାନ୍ କାର୍ଡ ମଧ୍ୟ ବର୍ତ୍ତମାନ ଦିନରେ ଏକ ପ୍ରମୁଖ ପରିଚୟ ପତ୍ର ପାଲଟିଛି । ତେବେ ଏହାର ପ୍ରମୁଖ ବ୍ୟବହାର ଇନକମ୍ ଟାକ୍ସ ଉଦ୍ଦେଶ୍ୟରେ କରାଯାଇ ପାରେ । ଭାରତୀୟ କର ବିଭାଗ ଏଥିରେ ପାନ୍ କାର୍ଡ ବା ଆକାଉଣ୍ଟ ନମ୍ବର ଏବଂ ୧୦ ଡିଜିଟର ଆଲଫା ନ୍ୟୁମେରିକ ନମ୍ବର ଜାରି କରିଥାଏ । ତେଣୁ ଭାରତର ସମସ୍ତ ନାଗରିକଙ୍କ ପାଇଁ ଏହା ଏକ ଜରୁରୀ ପରିଚୟ ପତ୍ର ଭାବରେ ଗଣା ହୋଇଛି । କିନ୍ତୁ ଅନେକ ସମୟରେ ଏଥିରେ ୟୁଜରମାନଙ୍କର ଡାଟା ଭୁଲ ହେଉଥିବା ଦେଖାଯାଇଛି । ତେବେ ଏହାକୁ କିପରି ସଂଶୋଧନ କରିପାରିବେ?

ଯଦି ପାନ୍ କାର୍ଡରେ ଆପଣଙ୍କର ନାମ କିମ୍ବା ଜନ୍ମ ତାରିଖ ଭୁଲ ରହିଛି ତେବେ ଏହାକୁ ଆପଣ ଅନଲାଇନରେ ସଂଶୋଧନ କରିପାରିବେ । ଏଥିପାଇଁ ଆପଣଙ୍କୁ ବାରମ୍ବାର କୌଣସି ଅଫିସର ଚକ୍କର କାଟିବାକୁ ପଡିବନି । କିଛିଟା ସହଜ ଷ୍ଟେପ୍ସକୁ ଫଲୋ କରି ଆପଣ ନିଜ ପାନ୍ କାର୍ଡରେ ତ୍ରୁଟି ସଂଶୋଧନ କରିପାରିବେ । ତେବେ ଏହି ସଂଶୋଧନ କରିବା ପାଇଁ ୟୁଜରଙ୍କୁ ୯୬ ଟଙ୍କାର ଦେୟ ଦେବାକୁ ପଡିବ । ଏଥିରୁ ଆବେଦନ ଶୁଳ୍କ ପାଇଁ ୮୫ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୧୨.୩୬ ଟଙ୍କା ପୈଠ କରିବାକୁ ହେବ ।

ଅନଲାଇନରେ କିପରି କରିବେ ଡାଟା ଅପଡେଟ?

  • ପାନ୍ କାର୍ଡରେ ତଥ୍ୟ ଅପଡେଟ କରିବା ପାଇଁ ଇନକମ୍ ଟାକ୍ସ ବିଭାଗର ୱେବସାଇଟ https://www.onlineservices.nsdl.com/paam/endUserRegisterContact.htmlରେ କ୍ଲିକ କରନ୍ତୁ ।
  • ଏହାପରେ ‘Changes or Correction in PAN Card’ ବା ‘Reprint of PAN Card’ ଅପ୍ସନରେ କ୍ଲିକ କରନ୍ତୁ
  • ଏଠାରେ ମଗା ଯାଇଥିବା ଡକ୍ୟୁମେଣ୍ଟ ଆଧାର କାର୍ଡ, ପାସପୋର୍ଟ ଆଦି ଅପଲୋଡ କରନ୍ତୁ ।
  • ଏହାପରେ ପେମେଣ୍ଟ ଅପ୍ସନରେ ପେମେଣ୍ଟ କରିବାକୁ ହେବ । ଏଥିପାଇଁ କ୍ରେଡିଟ କାର୍ଡ, ଡେବିଟ କାର୍ଡ କିମ୍ବା ନେଟ୍ ବ୍ୟାଙ୍କିଂ ଜରିଆରେ ଟଙ୍କା ପୈଠ କରନ୍ତୁ । (ଏହି ଟ୍ରାଞ୍ଜାକ୍ସନର ନମ୍ବର ନୋଟ୍ କରନ୍ତୁ)
  • ଏହାପରେ ଏକ ଫର୍ମ ମିଳିବ, ଏହାକୁ ଫିଲ୍ ଅପ କରି ‘Submit’ ଅପ୍ସନରେ କ୍ଲିକ କରନ୍ତୁ ।

Get real time updates directly on you device, subscribe now.