fbpx
BJD SKY
BJD SKY

ଘର କିମ୍ବା ପ୍ଲଟ କିଣିବା ସମୟରେ ବିଲ୍ଡର ଆପଣଙ୍କୁ ଠକି ଦେଇଛି କି ? ଚିନ୍ତା କରନ୍ତୁ ନାହିଁ କାରଣ ରେରା ହିଁ ଆପଣଙ୍କ ସବୁ ସମସ୍ୟାର ସମାଧାନ କରିଦେବ

BJD

ନୂଆଦିଲ୍ଲୀ: ପୂର୍ବରୁ ଲୋକମାନେ ଜମି କିଣି ତାହା ଉପରେ ଘର ନିର୍ମାଣ କରୁଥିଲେ । କିନ୍ତୁ ଏବେ ଏପରି ହେଉନାହିଁ । ବଡ ସହରମାନଙ୍କରେ ତ ଏବେ ଲୋକମାନେ ବିଲ୍ଡର କିମ୍ବା ରିଅଲ ଇଷ୍ଟେଟ୍ କମ୍ପାନୀ ଦ୍ୱାରା ରିହାତି ପରିଯୋଜନାରେ ନିର୍ମାଣ କରାଯାଇଥିବା ଘର କିଣୁଛନ୍ତି । ବ୍ୟସ୍ତ ବହୁଳ ଜୀବନରେ ସମୟ ଅଭାବରୁ ଲୋକମାନେ ଜମି କିଣି ଘର ବନେଇବା ଆଉ ସମ୍ଭବ ହେଉନାହିଁ । ତେଣୁ ସେମାନେ ବିଲ୍ଡରଙ୍କ ଠାରୁ ଘର କ୍ରୟ କରୁଛନ୍ତି । ତେବେ ଆପଣ ବି ଯଦି ନିଜ ଲାଗି ଫ୍ଲାଟ କିମ୍ବା ପ୍ଲଟ କ୍ରୟ କରୁଛନ୍ତି ତେବେ ଏକ ସରକାରୀ ସାଇଟ୍ ଆପଣଙ୍କର ବହୁତ କାମରେ ଆସିବ । ଏହି ସାଇଟର ହେଲ୍ପ ନେବା ଦ୍ୱାରା ଆପଣ ବିଲ୍ଡରଙ୍କ ଦ୍ୱାରା ଠକାମୀର ଶିକାର ହେଲେ ଆପଣଙ୍କ ଟଙ୍କା ଫେରିପାଇପାରିବେ ।

ପ୍ରାୟ ସମୟରେ ଦେଖାଯାଏ ଯେ, ବିଲ୍ଡର ଆପଣଙ୍କୁ ଘର ବିକିବା ସମୟରେ ବଡ ବଡ କଥା କହିଥାନ୍ତି । କିନ୍ତୁ ଆପଣ ଘର କିଣି ସାରିବା ପରେ ଦେଖନ୍ତି ଯେ, ଏହା ବିଲ୍ଡର ସହ ହୋଇଥିବା କଥାବାର୍ତ୍ତା ମୁତାବିକ ହୋଇନାହିଁ । ଏବେ ଆପଣ ଭାବୁଥିବେ ସଂପୃକ୍ତ ବିଲ୍ଡରଙ୍କ ବିରୁଦ୍ଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେବେ ।
ଯଦି ଆପଣ ଭାବୁଛନ୍ତି ଯେ, ବିଲ୍ଡର ଆପଣଙ୍କୁ ଠକି ଦେଇଛନ୍ତି ତେବେ ଆପଣଙ୍କ ପାଖରେ ଏହି ସମସ୍ୟାର ସମାଧାନ ହେଉଛି ରେରା (RERA) । ରେରା ଅର୍ଥ ରିଅଲ ଇଷ୍ଟେଟ୍ ରେଗୁଲେଟୋରୀ ଅଥରିଟି । ଆପଣ ଏଠାରେ ନିଜର ଅଭିଯୋଗ କରିପାରିବେ । ୨୦୧୬ରେ ରିଅଲ ଇଷ୍ଟେଟ୍ କାରବାର କ୍ଷେତ୍ରରେ ବିଭିନ୍ନ ଅଭିଯୋଗର ସମାଧାନ ଲାଗି ରିଅଲ ଇଷ୍ଟେଟ୍ ଅଧିନିୟମ ଅଣାଯାଇଥିଲା । ଏହି ଅଧିନିୟମର ପ୍ରାବଧାନ ଆପଣଙ୍କୁ ପଇସା ଫେରିପାଇବାର ଓ ଆପଣଙ୍କୁ ଆପଣଙ୍କ ହକ୍ ଫେରାଇ ଦେବାରେ ବହୁତ ସହାୟକ ହେବ ।

ଘର କ୍ରୟ କରିଥିବା ବ୍ୟକ୍ତିଙ୍କୁ ରେରା ଘରର କବଜା ଦେବାରେ ମଧ୍ୟ ସହାୟକ ହୋଇଥାଏ । ଘର କିଣିଥିବା ବ୍ୟକ୍ତି ନିଜର କ୍ରୟ ଚୁକ୍ତି ଅନୁଯାୟୀ କୌଣସି ପ୍ଲଟ, ଆପାର୍ଟମେଣ୍ଟ କିମ୍ବା ସାଧାରଣ ଅଞ୍ଚଳ ଉପରେ ଅଧିକାର ଫେରି ପାଇବା ଲାଗି ରେରା ପାଖକୁ ଯାଇପାରିବ । କବଜା ମିଳିବାର ୫ ବର୍ଷ ପରେ ଯଦି ଘରେ କୌଣସି ପ୍ରକାର ନିର୍ମାଣଗତ ତ୍ରୁଟି ପରିଲକ୍ଷିତ ହୁଏ ତେବେ ବିଲ୍ଡରକୁ ବିନା କୌଣସି ଅତିରିକ୍ତ ଶୁଳ୍କରେ ଏହାକୁ ଠିକ୍ କରିବାକୁ ହେବ ।

ଅନଲାଇନରେ ଅଭିଯୋଗ କରିବାକୁ ଆପଣଙ୍କୁ ରେରାର ୱେବସାଇଟକୁ ଯିବାକୁ ହେବ । ଲଗଇନ୍ କରିବା ପରେ ଅଭିଯୋଗ ଅପ୍ସନକୁ ଯାଇ ନିଜର ଅଭିଯୋଗ ଓ ଆଗ୍ରିମେଣ୍ଟ ପେପରର ପିଡିଏଫ୍ ତିଆରି କରି ଅପଲୋଡ୍ କରିବାକୁ ହେବ । ରେରା ଅଅଧିକାରୀ ଆପଣଙ୍କ ଅଭିଯୋଗକୁ ଯାଞ୍ଚ କରିବେ । ଯଦି ଏହା ପ୍ରମାଣିତ ହେବ ଯେ ବିଲ୍ଡର ଆଗ୍ରିମେଣ୍ଟ ସର୍ତ୍ତ ଉଲଙ୍ଘନ କରିଛନ୍ତି ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.