fbpx
BJD SKY
BJD SKY

ବିନା ନମ୍ବରରେ ବି ହ୍ୱାଟସଆପରେ ସେଲିବ୍ରିଟିଙ୍କ ସହ ଜଡିତ ହୋଇପାରିବେ, କିପରି ତିଆରି କରିବେ ନିଜ ଚ୍ୟାନେଲ ଜାଣିନିଅନ୍ତୁ

BJD

ନୂଆଦିଲ୍ଲୀ: ଆପଣ ଏବେ ବିନା ନମ୍ବରରେ ବଡ ବଡ ସେଲିବ୍ରିଟିଙ୍କ ସହ ଜଡିତ ହୋଇପାରିବେ । ଏଥିପାଇଁ ଆପଣଙ୍କୁ ସେମାନଙ୍କ ହ୍ୱାଟସଆପ ଚ୍ୟାନେଲକୁ ଫଲୋ କରିବାକୁ ପଡିବ । ଏଥିପାଇଁ ହ୍ୱାଟସଆପ ଏହାର ନୂଆ ଫିଚର ଲଞ୍ଚ କରିଛି । ଏହି ଫିଚର ସହାୟତାରେ ଆପଣ ବହୁ ଲୋକଙ୍କ ସହ ବିନା ନମ୍ବରରେ ଜଡିତ ହୋଇପାରିବେ ।

ଆପଣ ଚାହିଁଲେ ନିଜର ହ୍ୱାଟସଆପ ଚାନେଲ ବି କ୍ରିଏଟ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ପ୍ରଥମେ ହ୍ୱାଟସଆପ ଓପନ କରି ଅପଡେଟ୍‌କୁ ଯିବାକୁ ହେବ । ପୂର୍ବରୁ ଯେଉଁଠାରେ ଆପଣଙ୍କୁ ଷ୍ଟାଟସ ଅପ୍ସନ ଦେଖିବାକୁ ମିଳୁଥିଲା ଏବେ ସେଠାରେ ଆପଣଙ୍କୁ ଅପଡେଟ୍ ଟ୍ୟାବ ଦେଖିବାକୁ ମିଳିବ । ଏହି ଟ୍ୟାବରେ ହିଁ ଆପଣଙ୍କୁ ଷ୍ଟାଟସ୍ ଓ ଚ୍ୟାନେଲ ଉଭୟ ନଜର ଆସିବ ।

ନିଜ ଚ୍ୟାନେଲ କ୍ରିଏଟ୍ କରିବାକୁ ଆପଣଙ୍କୁ + ଆଇକନ ଉପରେ ଟ୍ୟାବ କରିବାକୁ ହେବ ଓ ନୂଆ ଚ୍ୟାନେଲକୁ ସିଲେକ୍ଟ କରିବାକୁ ହେବ । ଏବେ ଆପଣଙ୍କୁ ଗେଟ୍ ଷ୍ଟାର୍ଟ ଉପରେ କ୍ଲିକ୍ କରିବାକୁ ହେବ ଓ ପ୍ରୋସେସ୍ କଣ୍ଟିନ୍ୟୁ କରିବାକୁ ହେବ । ଏଠାରେ ଆପଣ ଚ୍ୟାନେଲର ନାମ, ଚ୍ୟାନେଲର ଡେସକ୍ରିପସନ୍ ଓ ଫଟୋ ଚୟନ କରିବେ । ଏହା ଆପଣଙ୍କୁ ଚ୍ୟାନେଲ ଆଇକନ୍ ରୂପରେ ଦେଖାଯିବ । ଶେଷରେ ଆପଣ କ୍ରିଏଟ୍ ଚ୍ୟାନେଲ ରୂପରେ କ୍ଲିକ୍ କଲେ ଆପଣଙ୍କ କାମ ହୋଇଯିବ । ଆପଣ ଚ୍ୟାନେଲ ଆଇକନ ଉପରେ କ୍ଲିକ୍ କରି କୌଣସି ଚ୍ୟାନେଲକୁ ଓପନ୍ କରିପାରିବେ ।
ଏଠାରୁ ଆପଣ ଲିଙ୍କକୁ କପି କରି ଅନ୍ୟ ସହ ସେୟାର ବି କରିପାରିବେ । ଏହି ପ୍ରକାରରେ ହ୍ୱାଟସଆପରେ ଆପଣ ନିଜର ଚ୍ୟାନେଲ ତିଆରି କରିପାରିବେ ।

Get real time updates directly on you device, subscribe now.