fbpx

ମୁହଁରୁ ଦୁର୍ଗନ୍ଧ ବାହାରୁଛି କି? ତେବେ ଆପଣାନ୍ତୁ ଏହି ଉପାୟ

ବହୁଲୋକ କଥା ହେବାବେଳେ ସେମାନଙ୍କ ପାଟିରୁ ଦୁର୍ଗନ୍ଧ ଆସିଥାଏ । ଯଦି ଆପଣଙ୍କ ପାଟିରୁ ବି ଦୁର୍ଗନ୍ଧ ବାହାରୁଛି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଏହି ସମସ୍ୟାକୁ ଘରୋଇ ଉପଚାର ମାଧ୍ୟମରେ ଆପଣ ଦୂର କରିପାରିବେ । ଡେଣ୍ଟିଷ୍ଟ ଅନୁସାରେ ମୁହଁରୁ ଦୁର୍ଗନ୍ଧ ଆସିବା କୌଣସି ରୋଗର ସଂକେତ ହୋଇନଥାଏ। ତେବେ ଆସନ୍ତୁ ଜାଣିବା ଏଥିପାଇଁ ଆମକୁ କଣ କରିବାକୁ ପଡିବ ..

– ଖାଇବା ପିଇବା ପରେ ଦାନ୍ତ ସଫା କରିବା ଉଚିତ୍‌। ପ୍ରତି ଦିନ ୩ ଥର ଟୁଥବ୍ରସ କରିବା ଆବଶ୍ୟକ। ପ୍ରତି ୩-୪ ମାସ ମଧ୍ୟରେ ବ୍ରସ ବଦଳାଇବା ଉଚିତ୍‌। ଦାନ୍ତକୁ ଫ୍ଲସରେ ମଧ୍ୟ ସଫା କରିବା ଆବଶ୍ୟକ। ଏହା ଦ୍ୱାରା ଦାନ୍ତ ମଝିରେ ଫସିଥିବା ଖାଦ୍ୟ ସଫା ହୋଇଥାଏ।

– ଭୋଜନ କରିବାର ଦୁଇରୁ ତିନି ଘଣ୍ଟା ପରେ ଶୁଅନ୍ତୁ। ଖାଦ୍ୟ ଗ୍ରହଣ କରିବା ପରେ ସଙ୍ଗେ ସଙ୍ଗେ ଶୋଇବା ଦ୍ଵାରା ଅମ୍ଳଦୋଷ ଦେଖାଯାଇଥାଏ ଓ ଏହା ମୁଖ ଗନ୍ଧର ଏକ ମୁଖ୍ୟ କାରଣ ହୋଇଥାଏ।

– ଅଧିକାଂଶ ଲୋକଙ୍କର ପାଟି ଅଳ୍ପ ସମୟ ବ୍ୟବଧାନରେ ଶୁଖିଲା ଲାଗେ। ଏହାଦ୍ୱାରା ମଧ୍ୟ ମୁଖ ଗନ୍ଧ ହୋଇଥାଏ। ତେଣୁ ଅଧିକ ପରିମାଣର ପାଣି ପିଅନ୍ତୁ। ଏହାସହିତ ସ୍ଵାସ୍ଥ୍ୟକର ଖାଦ୍ୟ ଚୋବାଇ ଚୋବାଇ ଖାଆନ୍ତୁ। ଏହା ଆପଣଙ୍କ ପାଟିରେ ଲାଳ ନିର୍ଗତରେ ସାହାଯ୍ୟ କରେ।

-ମୁହଁ ଭିତରେ ସଲାଇଭା ବା ଲାଳ କମ ହେବା ମଧ୍ୟ ଦୁର୍ଗନ୍ଧର କାରଣ ହୋଇଥାଏ। ତେଣୁ ଚୁଇଙ୍ଗଗମ ଖାଇଲେ ଏହି ସମସ୍ୟାର ସମାଧାନ ହୋଇଥାଏ।

– ଯଦି ଆପଣ କେବେ ତରବରରେ ଅଛନ୍ତି ଓ ମୁଖ ଦୁର୍ଗନ୍ଧ ଦୂର କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ମାଉଥୱାଶ ମଧ୍ୟ ବ୍ୟବହାର କରିପାରିବେ, କିନ୍ତୁ ଏହା ଅଳ୍ପ ସମୟ ପର୍ଯ୍ୟନ୍ତ କାମ କରିଥାଏ।

Get real time updates directly on you device, subscribe now.