fbpx

ଚୋରି ହୋଇଯାଇଥିବା ମୋବାଇଲର ସମସ୍ତ ଡାଟା ଆପଣ ଘରେ ବସି କରିପାରିବେ Delete, ଜାଣନ୍ତୁ ଏହାର ପ୍ରକ୍ରିୟା

ନୂଆଦିଲ୍ଲୀ: ଆଜିକାଲି ମୋବାଇଲ ସମସ୍ତଙ୍କ ଜୀବନର ଏକ ଅଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ କଥାବାର୍ତ୍ତା ଠାରୁ ଆରମ୍ଭ କରି ଫିଲ୍ମ ଦେଖିବା, ଆର୍ଥିକ ଟ୍ରାଞ୍ଜାକସନ କରିବା ପ୍ରତ୍ୟେକ ଜିନିଷ ମୋବାଇଲରେ ସମ୍ଭବ ହୋଇଥାଏ । ଏପରି ସ୍ଥଳେ ଯଦି ଆପଣଙ୍କର ମୋବାଇଲଟି ହଠାତ୍ ହଜିଯାଏ, ତେବେ ଆପଣମାନେ କ’ର କରିବେ? ଉକ୍ତ ମୋବାଇଲରେ ଆପଣଙ୍କର କଲ ହିଷ୍ଟ୍ରି, ହ୍ୱାଟସଆପ, ମେସେଜ୍, କଣ୍ଟାକ୍ଟ ନମ୍ବର, ଫଟୋ, ଭିଡିଓ, ବ୍ୟାଙ୍କ ଡାଟା, ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସବୁରହିଥାଏ । ତେଣୁ କୌଣସି ଅସାମାଜିକ ବ୍ୟକ୍ତିଙ୍କ ହାତକୁ ଏହି ତଥ୍ୟ ଚାଲିଗଲେ ତାହା ଆପଣଙ୍କ ପାଇଁ ନିଶ୍ଚିତ ଭାବେ ସମସ୍ୟା ଡାକି ଆଣିବ ।

ତେବେ ଆପଣ ଚାହିଁଲେ ଘରେ ବସି ଚୋରି ମୋବାଇଲର ସମସ୍ତ ଡାଟା ଡିଲିଟ୍ କରିପାରିବେ । ଏଥିପାଇଁ କେବଳ ଗୋଟିଏ ଜିନିଷର ଆବଶ୍ୟକତା ଅଛି । ତାହା ହେଉଛି, ଚୋରି ମୋବାଇଲର ଇଣ୍ଟରନେଟ୍ ଡାଟା ଅନ୍ ଥିବା ଦରକାର । ପ୍ରଥମେ ଆପଣ ଅନ୍ୟ ଏକ ମୋବାଇଲରେ କ୍ରୋମ, ଓପେରା ବା ଅନ୍ୟ ଯେ କୌଣସି ବ୍ରାଉଜର ଖୋଲିବାକୁ ପଡ଼ିବ । ଏହାପରେ ଗୁଗଲରେ ଆପଣ ‘ଫାଇଣ୍ଡ ମାଇଁ ଡିଭାଇସ’ ଲେଖି ସର୍ଚ୍ଚ କରିବାକୁ ପଡ଼ିବ । ଏହା ପରେ ଫାଇଣ୍ଡ ମାଇଁ ଡିଭାଇସ- ଗୁଗଲ ପ୍ରଥମେ ଆସିବ, ତା’ ଉପରେ କ୍ଲିକ କରିବାକୁ ପଡ଼ିବ । ଏହାପରେ ଆପଣଙ୍କୁ ଇ-ମେଲ ଲଗ ଇନ୍ କରିବାକୁ ମାଗିବ । ଆପଣ ନିଜର ପୁରୁଣା ଫୋନରେ ଲଗ୍ ଇନ୍ ହୋଇଥିବା ଇ-ମେଲକୁ ଏଇ ଫୋନରେ ଲଗ୍ ଇନ୍ କରିବାକୁ ପଡ଼ିବ । ଏହାପରେ ଚୋରି ମୋବାଇଲର ଲୋକେସନ ଦେଖାଇବା ସହ ତା’ର ନାମ, କେଉଁ କମ୍ପାନୀ ସିମ ଲାଗିଛି, ଚାର୍ଜ କେତେ ଅଛି ସବୁ ଦେଖାଇଦେବ ।

ଏହାପରେ ଆପଣଙ୍କୁ ପ୍ଲେ ସାଉଣ୍ଡ, ସେକ୍ୟୁଅର ଡିଭାଇସ ଓ ଇରେଜ ଡିଭାଇସ ଆଦି ତିନୋଟି ଅପ୍ସନ୍ ଦେଖାଦେବ । ଆପଣ ଚୋରି ମୋବାଇଲକୁ ଫର୍ମାଟ କରିବା ପାଇଁ ତୃତୀୟ ଅପ୍ସନକୁ ବାଛିବାକୁ ପଡ଼ିବ । ତେବେ ଏକଥା ଜାଣିବା ଜରୁରୀ ଯେ, ଆପଣ ଥରେ ଚୋରି ହୋଇଥିବା ମୋବାଇଲକୁ ଫର୍ମାଟ କରିବା ପରେ ତା’ର ଲୋକେସନ ପାଇପାରିବେ ନାହିଁ । ଇରେଜ କରିବା ପୂର୍ବରୁ ଆପଣଙ୍କର ଇମେଲ ପାସୱାର୍ଡ ମାଗିବ । ଏହାପରେ ଫରମାନେଣ୍ଟ ଇରେଜ ମାଗିବ । ଆପଣ ଇରେଜ ଉପରେ କ୍ଲିକ କରିବା ପରେ ଉକ୍ତ ମୋବାଇଲଟି ଅଟୋମେଟିକ ଅଫ୍ ଅନ୍ ହୋଇ ସମସ୍ତ ଡାଟା ଡିଲିଟ୍ ହୋଇଯିବ ।

Get real time updates directly on you device, subscribe now.