fbpx

ମା ଲକ୍ଷ୍ମୀଙ୍କୁ କିପରି କରିବେ ପ୍ରସନ୍ନ: ଏହି ଉପାୟରେ ପୂଜା କଲେ ଘରେ ବଢିବ ଧନ

ଧନର ଦେବୀ ମା’ଲକ୍ଷ୍ମୀ ପ୍ରସନ୍ନ ହେଲେ ଲୋକଙ୍କ ଭାଗ୍ୟ ବଦଳି ଯାଏ । ଏହା ଛଡା କୁହାଯାଏ ଯେ, ଧନର ଦେବୀଙ୍କ ପାଦ ଯଦି ଘରେ ପଡିଥାଏ, ତେବେ ସେହି ଘରେ କେବେ ଧନର ଅଭାବ ରହେ ନାହିଁ । ମା’ ଲକ୍ଷ୍ମୀଙ୍କ ପୂଜା କରିବା ଦ୍ୱାରା କେବଳ ଧନ ମିଳେ ତାହା ନୁହେଁ, ଭକ୍ତର ସମ୍ମାନ ଏବଂ ଯଶରେ ମଧ୍ୟ ବୃଦ୍ଧି ଘଟିଥାଏ । ମା’ଙ୍କ ଉପାସନା ଦ୍ୱାରା ଦାମ୍ପତ୍ୟ ଜୀବନରେ ମଧୁରତା ଭରିଯାଏ । ତେବେ ଆଜି ଆମେ ଜାଣିବା ଧନ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ୫ ଟି ଚମତ୍କାର ଉାୟ ।

ଶଙ୍ଖ: ଶଙ୍ଖ ଏକ ସାମୁଦ୍ରିକ ଜୀବ, ଦେଖିବାକୁ ଗଲେ ଶଙ୍ଖର ଉତ୍ପତି ସମୁଦ୍ରରୁ ହିଁ ହୋଇଥାଏ । ତେବେ ଏହାକୁ ଲକ୍ଷ୍ମୀଙ୍କ ଭାଇ ବୋଲି କୁହାଯାଏ । ଏବଂ ଏହାକୁ ମଧ୍ୟ ପୂଜା କରାଯାଏ । ଯେଉଁଠାରେ ଶଙ୍ଖ ଥାଏ ସେଠାକୁ ମାତା ଲକ୍ଷ୍ମୀ ଆପେ ଆପେ ଟାଣି ହୋଇ ଆସିଥାନ୍ତି । ଶୁଭ କାମ, ଧାର୍ମିକ ଉତ୍ସବରେ ଶଙ୍ଖ ବଜାଇବା ଦ୍ୱାରା ଏହା ଶୁଭ ହୋଇଥାଏ । ତେବେ ଶଙ୍ଖ ଅନେକ ପ୍ରକାରର ହୋଇଥାଏ । କିନ୍ତୁ ମଧ୍ୟବର୍ତ୍ତୀ ଶଙ୍ଖ ଏବଂ ଦକ୍ଷିଣାବର୍ତ୍ତୀ ଶଙ୍ଖ ଦୁର୍ଲଭ । ଏହା ଛଡା କୁହାଯାଏଯେ, ଧଳା ଶଙ୍ଖ ରଖି ପୂଜା କରିବା ଏବଂ ବଜାଇବା ଶୁଭ ହୋଇଥାଏ ।

ଗୋଲାପ: ଗୋଲାପ ଫୁଲ ଏବଂ ଏହାର ସୁଗନ୍ଧ ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାଏ । ନିୟମିତ ରୂରେ ମା’ ଲକ୍ଷ୍ମୀଙ୍କୁ ଗୋଲାପ ଫୁଲ ଅର୍ପଣ କରନ୍ତୁ । ଗୋଲାପ ପାଖୁଡାରେ ମା ଲକ୍ଷ୍ମୀଙ୍କ ଅଭିଷେକ କରିବା ଦ୍ୱାରା ଋଣରୁ ମୁକ୍ତି ମିଳିଥାଏ । ଏହାଛଡା ଗୋଲାପର ମାଳ ଅର୍ପଣ କରିବା ଦ୍ୱାରା ଦାରିଦ୍ର୍ୟତା ମଧ୍ୟ ନାଶ ହୋଇଥାଏ ବେଲି ବିଶ୍ୱାସ ରହିଛି।

ହରି ବିଷ୍ଣୁ: ମାତା ଲକ୍ଷ୍ମୀଙ୍କ କୃପା ବିନା ଶ୍ରୀହରୀଙ୍କୁ ପାଇପାରିବେ ନାହିଁ । ଘରର ପୂଜା ସ୍ଥାନରେ ଭଗବାନ ବିଷ୍ଣୁ ଏବଂ ମା’ ଲକ୍ଷ୍ମୀଙ୍କ ପ୍ରତିମା ରଖନ୍ତୁ । ପ୍ରତିଦିନ ଉପାସନା କରିବା ଦ୍ୱାରା ଧନ ଲାଭ ହେବା ସହିତ ପରିବାରରେ ସମ୍ପର୍କ ମଧ୍ୟ ନିବିଡ ହୋଇଥାଏ ।
ଘିଅ ଦୀପ: ମା ଲକ୍ଷ୍ମୀଙ୍କ ପୂଜା ସମୟରେ ଘିଅ ଦୀପ ଜଳାଇବା ଉଚିତ୍ । ତେବେ ଏହି ଦୀପଟି ୪ ମୁଖୀ ହୋଇଥିବ, ତେବେ ତାହା ଅତ୍ୟନ୍ତ ଶୁଭ ବୋଲି ବିଚାର କରାଯାଏ । ସନ୍ଧ୍ୟା ସମୟରେ ଘିଅ ଦୀପ ଲଗାନ୍ତୁ ଫଳରେ ଆପଣଙ୍କର କେବେ କିଛି ଅନିଷ୍ଟ ହେବନାହିଁ ।

ମାଆ ଲକ୍ଷ୍ମୀ ଚଞ୍ଚଳା । କେବେ ତେବେଳେ ଗୋଟିଏ ସ୍ଥାନରେ ରୁହନ୍ତି ନାହିଁ । କିନ୍ତୁ ଯଦି ଲକ୍ଷ୍ମୀଙ୍କ କୃପା ମିଳିବ ତେବେ ଜୀବନ ସୁଖରେ ବିତିଥାଏ । ଯଦି ଆପଣଙ୍କ ଘରେ ଧନ ସଞ୍ଚୟ ହେଉନାହିଁ ଟଙ୍କା ଆସେ କିନ୍ତୁ ଖର୍ଚ୍ଚ ହୋଇଯାଏ, ତେବେ ଏହି ଚମତ୍କାରୀ ଉପାୟ ଦ୍ୱାରା ଆପଣଙ୍କ ସମସ୍ୟାର ସମାଧାନ ହୋଇ ପାରିବ । ମା ଲକ୍ଷ୍ମୀଙ୍କୁ ଶୁକ୍ରବାର ଦିନ କ୍ଷୀରି ଭୋଗ ଲଗାନ୍ତୁ । ଏହା ଦ୍ୱାରା ଆପଣଙ୍କ ଆର୍ଥିକ ଚିନ୍ତା ଦୂର ହେବ ।

Get real time updates directly on you device, subscribe now.