fbpx

ବେକର କଳାଦାଗ ପାଇଁ ଚିନ୍ତିତ କି? ତେବେ ଆପଣାନ୍ତୁ ଏହି ଉପାୟ

ସାଧାରଣତଃ ହରମୋନ ଅସନ୍ତୁଳନ ,ଫଙ୍ଗଲ୍ ସଂକ୍ରମଣ ,ଖରା କିମ୍ବା ବାହାରର ଧୂଳିମଳି କାରଣରୁ ବେକର ରଙ୍ଗ କଳା ପଡ଼ିଯାଇଥାଏ। ଏନେଇ ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର, ଯାହା ମାଧ୍ୟମରେ ଆପଣ ଏହି ସମସ୍ୟାକୁ ଦୂର କରାଯାଇପାରିବ।

– ବେକରେ କଳାଦାଗ ଦୂର କରିବା ପାଇଁ କଞ୍ଚାକ୍ଷୀରରେ ହଳଦୀ ମିଶାଇ ପେଷ୍ଟ୍ କରନ୍ତୁ ଏବଂ ଏହି ପେଷ୍ଟକୁ ସେହି ସ୍ଥାନରେ ଲଗାନ୍ତୁ। ଏହା ଶୁଖିବା ପରେ ହାଲୁକା ଭାବରେ ଏହାକୁ ଘଷନ୍ତୁ। ଏହା କରିବା ଦ୍ବାରା କିଛି ଦିନ ଭିତରେ ଆପଣଙ୍କ କଳାଦାଗ ଦୂର ହୋଇଯିବ।

– ଆଜିକାଲି ଘିଁକୁଆରୀକୁ କସମେଟିକରେ ସବୁଠୁ ବେଶୀ ବ୍ୟବହାର କରାଯାଉଛି। ଏଥିପାଇଁ ପ୍ରତିଦିନ ଘିଁକୁଆରୀର ପତ୍ରକୁ ବେକର କଳାଦାଗରେ ଘଷିବା ଦ୍ବାରା ଏହା ଦୂର ହୋଇଥାଏ।

– ବେକିଙ୍ଗ୍ ସୋଡ଼ାକୁ ପାଣିରେ ମିଶାଇ ଭଲଭାବେ ଗାଢ଼ ପେଷ୍ଟ୍ ବନାଇଦିଅନ୍ତୁ। ଏହାପରେ ଏହାକୁ ସ୍କ୍ରବ୍ କରି ବେକରେ ଘଷନ୍ତୁ। ଏହା ଦ୍ବାରା ବେକରେ ଥିବା ମୃତ କୋଷ ବାହାରି ଯିବ ଏବଂ କଳାଦାଗ ଦୂର ହୋଇଯିବ।

– ସପ୍ତାହକୁ ଥରେ ନିମ୍ବ ପେଷ୍ଟକୁ ବେକରେ ଲଗେଇଲେ କଳାଦାଗ ପରିଷ୍କାର ହୋଇଥାଏ କାରଣ ନିମ୍ବ ଏକ ଆଣ୍ଟିବ୍ୟାକ୍ଟେରିଆଲ୍ ଉପାଦାନ ଅଟେ।

– ଲେମ୍ବୁ ଏକ ପ୍ରାକୃତିକ ବ୍ଲିଚିଙ୍ଗ୍। ଏଥିପାଇଁ ସବୁଦିନ ସକାଳେ ଗାଧୋଇବା ପୂର୍ବରୁ ବେକରେ ଲେମ୍ବୁ ଘଷିଲେ କଳାଦାଗ ଦୂର ହୋଇଥାଏ। ଗାଧୋଇବା ପରେ ମନେ କରି ଏହି ସ୍ଥାନରେ ମଇଶ୍ଚରାଇଜର ଲଗାଇବା ଉଚିତ୍।

– ବାଦାମ ଅଧିକାଂଶ କସମେଟିକରେ ପ୍ରୟୋଗ ହୋଇଥାଏ। ଆପଣ ୮ଟି ବାଦାମକୁ ଘଷି ଏଥିରେ ଏକ ଚାମଚ କ୍ଷୀର ପାଉଡର ଏବଂ ମହୁ ମିଶାଇ ପେଷ୍ଟ ବନାନ୍ତୁ ଏବଂ ଏହି ପେଷ୍ଟକୁ ସପ୍ତାହକୁ ୩-୪ଥର ବେକରେ ମାଲିସ୍ କରନ୍ତୁ।

– ଚନ୍ଦନ ପାଉଡରରେ ଗୋଲାପ ଜଳ ମିଶାଇ ତାକୁ ବେକରେ କିଛି ସମୟ ଲଗାତାର ମାଲିସ୍ କରନ୍ତୁ। ଏହା ପରେ ଏହି ଲେପକୁ ଅଧ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ ଏବଂ ଏହା ପରେ ଧୋଇ ଦିଅନ୍ତୁ। କିଛି ସପ୍ତାହ ପର୍ଯ୍ୟନ୍ତ ଏପରି କଲେ କଳାଦାଗ ଦୂର ହୋଇଯାଇଥାଏ।

Get real time updates directly on you device, subscribe now.