fbpx

ବର୍ଷା ଦିନେ କେମିତି ରହିବେ ସୁସ୍ଥ

ବର୍ଷାଦିନ ଆସିଲେ ଯେତିକି ଖୁସି ଲାଗେ ସେତିକି ଡର ମଧ୍ୟ ଲାଗେ । କାରଣ ଏହି ଋତୁରେ ସଂକ୍ରମଣଜନିତ ରୋଗ ଶୀଘ୍ର ବ୍ୟାପିଥାଏ । ଏହା ବ୍ୟତିତ ଏବେ ବର୍ଷାର ଋତୁ ହୋଇଥିବା ବେଳେ କରୋନା ଆହୁରି ଡରାଇବାରେ ଲାଗିଛି । ତେବେ ଏହି ପାଗରେ ଥଣ୍ଡା, କାଶ, ଛିଙ୍କ, ଜ୍ୱର ଅଧିକାଂଶଙ୍କୁ ଆକ୍ରାନ୍ତ କରୁଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ ଆପଣ କିଛି ଘରୋଇ ଉପାୟ ଅବଲମ୍ବନ କରିପାରିବେ । ଆସନ୍ତୁ ଜାଣିବା ସେହି ବିଷୟରେ କିଛି…

– ନଖ ଉଷୁମ ପାଣି ଦିନକୁ ୪-୫ ଥର ପିଇବା ସହ ଲୁଣ ମିଶା ଉଷୁମ ପାଣିରେ କୁଳି କରିବା ଉଚିତ । ଛିଙ୍କ ସହ ମୁଣ୍ଡବିନ୍ଧା ହେଉଥିଲେ କିଛି ସମୟ ବାମ୍ଫ ନେଲେ ଉତ୍ତମ ପ୍ରଭାବ ଜାଣିପାରିବେ । ଫୁଟା ପାଣିରେ ପୋଦିନା ପତ୍ର, ତୁଳସୀ ପତ୍ର ମିଶାଇ ବାମ୍ଫ ନେବା ଲାଭପ୍ରଦ ।

– ସମସ୍ତ ପ୍ରକାର ବ୍ୟଞ୍ଜନରେ ଶୁଦ୍ଧ ହଳଦୀର ପ୍ରୟୋଗ କରନ୍ତୁ । ଏହା ସହ ରାତ୍ରିଭୋଜନ ପରେ ନଖଉଷୁମ ଖୀରରେ ଚିମୁଟାଏ ହଳଦୀ ମିଶାଇ ପିଇବା ସ୍ୱାସ୍ଥ୍ୟ ପାଇଁ ହିତକାରୀ ।

– ସକାଳ ବେଳା ଅଦା ରସ ମିଶ୍ରିତ ଖିର ଚା କିମ୍ବା ନାଲି ଚା ପିଇଲେ ଭଲ । ଅଦାରସ, ଗୋଲମରିଚ ଗୁଣ୍ଡ ଅଳ୍ପ ମିଶାଇ ଚା’ପିଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ହଜମ ମଧ୍ୟ ଭଲରେ ହୋଇଥାଏ ।

– ଲେମ୍ବୁ ରସରେ ପ୍ରଚୁର ପରିମାଣରେ ଭିଟାମିନ ସି ଓ ଆଣ୍ଟି ଅକ୍ସିଡାଣ୍ଟ ଭରପୁର ଥାଏ । ଦିନରେ ଆରମ୍ଭ ୧ ଗିଲାସ ନଖ ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ କରିପାରିବେ ।

Get real time updates directly on you device, subscribe now.