fbpx

IPL-2024 ରେ କେମିତି ରହିବ CSKର ସମ୍ଭାବ୍ୟ ପ୍ଲେଇଙ୍ଗ-୧୧? ଏମିତି ରହିପାରେ ସମୀକରଣ…

AAKASH

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ନିଲାମ ପ୍ରକ୍ରିୟା ଶେଷ ହୋଇଛି । ବର୍ତ୍ତମାନ ପ୍ରାୟ ସମସ୍ତ ଦଳର ସ୍କ୍ୱାଡ ଫାଇନାଲ ହୋଇଯାଇଛି । କେବଳ କୋଲକାତା ଏବଂ ରାଜସ୍ଥାନ ବ୍ୟତୀତ ଅନ୍ୟ ସମସ୍ତ ଦଳରେ ୨୫ ଜଣ ଲେଖାଏଁ ଖେଳାଳି ସାମିଲ ହୋଇଛନ୍ତି । ତେବେ ଏହି ଅକ୍ସନରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଚେନ୍ନାଇ ସୁପର କିଙ୍ଗସ । ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ଚଳିତବର୍ଷ ଅକ୍ସନରେ ୬ ଜଣ ଖେଳାଳିଙ୍କୁ ସାମିଲ କରିଛି । ଶାର୍ଦ୍ଦୁଳ ଠାକୁର, ରଚିନ ରବିନ୍ଦ୍ର, ଡାରିଲ ମିଚେଲ ଏବଂ ସମୀର ରିଜଭିଙ୍କ ସହ ମୁସ୍ତାଫିଜୁର ରହମାନ ଓ ଅରାବେଲୀ ଅବନୀଶ ଚେନ୍ନାଇ ସହ ଯୋଡ଼ି ହୋଇଛନ୍ତି ।

ଚେନ୍ନାଇ ସୁପର କିଙ୍ଗସକୁ ୫ ଥର ଆଇପିଏଲରେ ଚମ୍ପିଆନ୍ କରିଛନ୍ତି ଅଧିନାୟକ ଏମ.ଏସ ଧୋନୀ । ତେବେ ଅକ୍ସନ ପରେ ଚେନ୍ନାଇ ସୁପର କିଙ୍ଗସର ସମ୍ଭାବ୍ୟ ପ୍ଲେଇଙ୍ଗ-୧୧କୁ ନେଇ ଏବେ ଆଲୋଚନା ଆରମ୍ଭ ହୋଇଯାଇଛି । ଆସନ୍ତା ସିଜନରେ କେଉଁ ଖେଳାଳିଙ୍କୁ ମାହି ଦଳରେ ସୁଯୋଗ ଦେବେ, ସେ ନେଇ ମଧ୍ୟ ଖୁବ ଚର୍ଚ୍ଚା ଲାଗି ରହିଛି । ଆସନ୍ତା ସିଜନରେ ୪ ନମ୍ବରରେ ଖେଳିବେ କିଏ? କାରଣ ଏହି ସ୍ଥାନ ପାଇଁ ୨ ଜଣ ଖେଳାଳିଙ୍କ ମଧ୍ୟରେ କଡ଼ା ଟକ୍କର ହୋଇପାରେ ।

ଆଇପିଏଲ ନିୟମ ଅନୁସାରେ, ପ୍ଲେଇଙ୍ଗ-୧୧ରେ କୌଣସି ଦଳ ମାତ୍ର ୪ ଜଣ ବିଦେଶୀ ଖେଳାଳିଙ୍କୁ ସାମିଲ କରିପାରିବେ । ତେଣୁ ନମ୍ବର-୪ ସ୍ଥାନ ପାଇଁ ଦଳର ଷ୍ଟାର ଅଲରାଉଣ୍ଡର ମୋଇନ୍ ଅଲୀ ଏବଂ ନବାଗତ ଡାରିଲ ମିଚେଲଙ୍କ ମଧ୍ୟରେ ଏହି ଯୁଦ୍ଧ ଦେଖିବାକୁ ମିଳିପାରେ । କାରଣ ଅନ୍ୟ ସମସ୍ତ ସ୍ଲଟରେ ଧୋନୀ ନିଜର ସିପାହୀଙ୍କୁ ପ୍ରସ୍ତୁତ କରି ସାରିଛନ୍ତି । ଏହାବ୍ୟତୀତ ନୂଆ କରି ଲାଗୁ ହୋଇଥିବା ‘ଇମ୍ପାକ୍ଟ ପ୍ଲେୟର’ ରୁଲ ମଧ୍ୟ ଧୋନୀଙ୍କ ପାଇଁ ଖୁବ ସହାୟକ ହୋଇପାରେ ।

ଚେନ୍ନାଇର ସମ୍ଭାବ୍ୟ ପ୍ଲେଇଙ୍ଗ-୧୧: ଏମ.ଏସ ଧୋନୀ(ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଡେଭନ୍ କନୱେ, ଅଜିଙ୍କ୍ୟା ରାହାଣେ, ମୋଇନ୍ ଅଲୀ/ଡାରିଲ ମିଚେଲ, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, ମହୀଶ ଥୀକ୍ଷଣା ଏବଂ ମଥୀଶା ପାଥୀରାନା । ଦ୍ୱାଦଶ ଖେଳାଳି ବା ଇମ୍ପାକ୍ଟ ପ୍ଲେୟର ରୂପରେ ମୁକେଶ ଚୌଧୂରୀ ଏବଂ ଶିବମ ଦୁବେଙ୍କୁ ବ୍ୟବହାର କରିପାରନ୍ତି କ୍ୟାପଟେନ କୁଲ ମାହି ।

Get real time updates directly on you device, subscribe now.