fbpx

ଏଚଏସ ପ୍ରଣୟ ଭେଦ କରି ପାରିଲେନି ନିଜର ଲକ୍ଷ୍ୟ, ଲକ୍ଷ୍ୟସେନଙ୍କ ଆଗରେ ଧରାଶାୟୀ ହେଲେ ପ୍ରଣୟ, କ୍ୱାଟରଫାଇନାଲରେ ଚୋଉ ଟିଏନ ଚେନଙ୍କ ସହ ମହାମୁକାବିଲା

ଓଡିଶା ଭାସ୍କର: ଭାରତର ସୁପରଷ୍ଟାର ସଟଲର ଲକ୍ଷ୍ୟସେନ ନିଜ ଦେଶର ଏଚଏସ ପ୍ରଣୟଙ୍କୁ ସହଜରେ ହରାଇ ଦେଇଛନ୍ତି । ତାହାସହ ଲକ୍ଷ୍ୟସେନ କ୍ୱାଟରଫାଇନାଲରେ ପ୍ରବେଶ କରିଛନ୍ତି । ସିଧାସଳଖ ସେଟରେ ସେ ପ୍ରଣୟଙ୍କୁ ୨୧-୧୨, ୨୧-୬ ରେ ହରାଇ କ୍ୱାଟରଫାଇନାଲରେ ସହଜରେ ପ୍ରବେଶ କରିଛନ୍ତି । ବିଶ୍ୱର ୨୨ ତମ ର‌୍ୟାଙ୍କିଙ୍ଗରେ ଥିବା ସେନଙ୍କ ମୁକାବିଲା କ୍ୱାଟରଫାଇନାଲରେ ୧୨ ତମ ସ୍ଥାନରେ ଥିବା ଚିନି ତାଇପେ ଖେଳାଳି ଚୋଉ ଟିଏନ ଚେନଙ୍କ ସହ ହେବ ।

ପ୍ୟାରିସ ଅଲିମ୍ପିକ୍ସରେ ଏହି ବିଜୟ ସହ ଲକ୍ଷ୍ୟସେନ, ପାରୁପଲ୍ଲୀ କଶ୍ୟପ ଓ କିଦାମ୍ବୀ ଶ୍ରୀକାନ୍ତଙ୍କ ସହ ସାମିଲ ହୋଇଛନ୍ତି । ଯେଉଁମାନେ କ୍ରମଶଃ ୨୦୧୨ ଓ ୨୦୧୬ ମସିହାର ଲଣ୍ଡନ ଓ ରିଓ ଅଲିମ୍ପିକ୍ସର କ୍ୱାଟରଫାଇନାଲରେ ପ୍ରବେଶ କରିଥିଲେ ।

ମ୍ୟାଚ ପରେ ଲକ୍ଷ୍ୟସେନ କହିଛନ୍ତି ଯେ, କଠିନ ମ୍ୟାଚ ଖେଳିଲେ ତାଙ୍କର ଆତ୍ମବିଶ୍ୱାସ ଦ୍ୱିଗୁଣିତ ହୁଏ । ସେ ଟୁର୍ଣ୍ଣାମେଣ୍ଟରେ ଆଗକୁ ବଢିବା ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି ବୋଲି ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି । ଚୋଉଙ୍କ ସହ ତାଙ୍କର ମୁସ୍କିଲ ମ୍ୟାଚ ହେବ । ଅଲିମ୍ପିକ୍ସ ପଦକ ଲକ୍ଷ୍ୟ ଭେଦ କରିବା ପାଇଁ ତାଙ୍କୁ କ୍ୱାଟରଫାଇନାଲରେ ନିଜର ଶତପ୍ରତିଶତ ଦେବାର ଅଛି ବୋଲି ଲକ୍ଷ୍ୟସେନ ଜଣାଇଛନ୍ତି ।

Get real time updates directly on you device, subscribe now.