(Video) ଆଖି କ’ଣ ନ ଦେଖିଲା! ମଣିଷ-କୁକୁଡ଼ା ମଧ୍ୟରେ ଚାଲିଛି ଲଢ଼େଇ, କୁକୁଡ଼ା ଆକ୍ରମଣରୁ ଜୀବନ ବଞ୍ଚାଇବାକୁ ଭୟରେ ଘର ଭିତରକୁ ଦୌଡ଼ିଲେ ମାଉସୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନର ଡିଜିଟାଲ ଯୁଗରେ ଅନେକ ସମୟରେ ପଶୁପକ୍ଷୀଙ୍କୁ ନେଇ କିଛି ଆଶ୍ଚର୍ଯ୍ୟଜନକ ଖବର ଭାଇରାଲ ହୋଇଥାଏ । ତେବେ ଅନୁରୂପ ଭାବେ ଏହା ମଧ୍ୟରେ ଗୋଟିଏ କୁକୁଡ଼ା ଓ ମଣିଷ ସହ ଜଡ଼ିତ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଭାଇରାଲ ହେଉଥିବା ଭିଡିଓରେ ମଣିଷ ଆଉ କୁକୁଡ଼ା ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଛି । ତେବେ ସବୁଠାରୁ ବଡ଼ କଥା ହେଉଛି, ଛୋଟ ଜୀବଟିଏ ହେଲେ ବି କୁକୁଡ଼ା ବି ମଣିଷ ଆଗରେ ହାର୍ ମାନିନଥିଲା । ମଣିଷ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇବା ପରର ଘଟଣା ଯାହା ଘଟିଥିଲା, ତାହା ଆପଣମାନେ କଳ୍ପନା ବି କରିପାରିବେନି ।

ଖବର ମୁତାବକ, ଜଣେ ବୁଢ଼ୀ ମାଉସୀ ଝାଡ଼ୁରେ ଗୋଟିଏ କୁକୁଡ଼ାକୁ ହୁଡ଼ାଉଥିଲେ । ଅନ୍ୟ ଯେଉଁ କୁକୁଡ଼ା ହୋଇଥିଲେ ସେ ଉକ୍ତ ସ୍ଥାନ ଛାଡ଼ି ଦୌଡ଼ି ପଳାଇ ଯାଇଥାନ୍ତା । କାଳେ ମାଉସୀ ବାଡ଼ିରେ ପିଟିଦେବେ ସେନେଇ କୁକୁଡ଼ା ମନରେ ଭୟ ରହିଥାନ୍ତା । ମାତ୍ର ଏହି ସାହସୀ କୁକୁଡ଼ାର ବୁଦ୍ଧିକୁ ମାନିବାକୁ ପଡ଼ିବ । ସେ ଯେସାକୁ ତେସା ନୀତି ଆପଣାଇଥିଲା । ଶେଷରେ ପରିସ୍ଥିତି ଏପରି ହୋଇଥିଲା ଯେ, ବାଧ୍ୟହୋଇ ମାଉସୀ ଭୟରେ ଜୀବନ ବଞ୍ଚାଇ ଘର ଭିତରକୁ ପଶିଯାଇ ନିଜର ଜୀବନ ବଞ୍ଚାଇଥିଲେ । ମାଉସୀ ଘରର କବାଟ ଦେଇଦେବା ପରେ ମଧ୍ୟ କୁକୁଡ଼ାଟି ଉକ୍ତ ସ୍ଥାନ ଛାଡ଼ି ଯାଇନଥିଲା । କୁକୁଡ଼ାର ଏହି ଜିଦଖୋର ତଥା ସାହସକୁ ଯିଏ ଦେଖିବ ସିଏ ଚକିତ ହୋଇଯିବ । ସାମାନ୍ୟ କୁକୁଡ଼ା ଭାବି ତାକୁ ବାଡ଼ି ଘଉଡ଼ାଇବାକୁ ଚେଷ୍ଟା କରୁଥିବା ମାଉସୀ ଶେଷରେ ନିଜର ଜୀବନ ବଞ୍ଚାଇବାକୁ ପ୍ରାଣପଣେ ଦୌଡ଼ିଥିଲେ । ଆବଶ୍ୟକ ପଡ଼ିଲେ କୁକୁଡ଼ା ଯେ ମଣିଷ ତଥା ତା’ର ଶତ୍ରୁତ ସହ ଫାଇଟ୍ କରିପାରେ ଆଉ ଜବାବ ବି ଦେଇପାରେ, ଏହା ଆଜି କୁକୁଡ଼ାଟି ପ୍ରମାଣିତ କରିଛି ।