fbpx

ରାଜ୍ୟକୁ ମାଡି ଆସୁଛି ଝଡ଼ବର୍ଷା: ଆଗାମୀ ୨ ଦିନ ପାଇଁ ଏହି ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଝଡର୍ବୋ ଏବଂ ବଜ୍ରପାତକୁ ନେଇ ସତର୍କବାଣୀ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଗ୍ରମୀ ୨ ଦିନ ପାଇଁ ରାଜ୍ୟର ଅଧିକାଂଶ ଜିଲ୍ଳା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କିଛି ଜିଲ୍ଳାକୁ ଏହି ୱାଣ୍ଣିଂ ଆଜି ପାଇଁ ଲାଗୁ କରାଯାଇଥିବା ବେଳେ ଆଉ କିଛି ରାଜ୍ୟରେ ଆନ୍ତା ୧୦ ତାରିଖ ପାଇଁ ଜାରି ହୋଇଛଇ ୟେଲୋ ୱାଣ୍ଣିଂ । ଏଥି ସହିତ ସମ୍ପୃକ୍ତି ଜିଲ୍ଲାପାଳମାନଙ୍କୁ ମଧ୍ୟ ସତର୍କ ରହିବା ପାଇଁ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ।

ଆଜି ପାଇଁ କୋରାପୁଟ, ନବରଙ୍ଗପୁର, ନୂଆପଡ଼ା ଏବଂ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାଗୁଡିକୁ ମଧ୍ୟ ଆଜି ପାଇଁ ୟେଲୋ ୱାର୍ଣ୍ଣିଂ ସୂଚନା ଦେଇଛିପାଣିପାଗ ବିଭାଗ । ତେବେ ଆସନ୍ତା ୧୦ ତାରିଖରେ ମାଲକାନାଗିରି, କୋରାପୁଟ, ରାୟଗଡ଼ା ଆଦି ଜିଲ୍ଳାରେ ଝଡ଼ବର୍ଷା ସମ୍ଭାବନା ପୂର୍ବାନୁମାନ କରାଯାଇଛି । ସେପଟେ ଗଜପତି, ଗଞ୍ଜାମ ଓ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଝଡ଼ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ତେବେ ପରିସ୍ତିତିକୁ ଲକ୍ଷ୍ୟ କରି ଏହି ସବୁ ଜିଲ୍ଲାଗୁଡିକର ଜିଲ୍ଲାପାଳମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ୍ତ କୁମାର ମହାପାତ୍ର ।

Get real time updates directly on you device, subscribe now.