fbpx

ପତ୍ନୀ ଗାଧୋଉଥିବା ବେଳେ ଲୁଚି ଲୁଚି ଭିଡିଓ ସୁଟିଂ କରୁଥିଲେ ପତି, କିନ୍ତୁ ଧରାପଡ଼ିଗଲେ, ଜାଣନ୍ତୁ ତା’ପରେ କ’ଣ ହେଲା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ସମାଜରେ ଏପରି କିଛି ଘଟଣା ଦେଖିବାକୁ ମିଳୁଛି, ଯାହା କଳ୍ପନା ବାହାରେ । ନିଜର ପରିବାର ଲୋକ ମଧ୍ୟ ଆଜିକାଲି ନିଜର ନୁହନ୍ତି । ମହାରାଷ୍ଟର ପୁଣେ ସହରରେ ଏପରି ଘଟଣା ଦେଖିବାକୁ ମିଳିଛି । ଜଣେ ସ୍ୱାମୀ ଲୁଚି ଲୁଚି ନିଜର ସ୍ତ୍ରୀଙ୍କ ଗାଧୁଆ ସମୟର ଦୃଶ୍ୟର ଭିଡିଓ ସୁଟିଂ କରୁଥିଲେ । ମାତ୍ର ପରିସ୍ଥିତି ଏପରି ହେଲା ଯେ, ପତି ଜଣକ ଧରାପଡ଼ିଯାଇଥିଲେ । ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ୪୦ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ତାଙ୍କର ପତ୍ନୀ ହଇରାଣ କରୁଛନ୍ତି ବୋଲି ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଏହି ଘଟଣାରେ ହସ୍ତକ୍ଷେପ କରି ଦମ୍ପତିଙ୍କୁ ଥାନାକୁ ଡକାଇଥିଲା । ଏହାପରେ ଅସଲ କଥା ସାମନାକୁ ଆସିଥିଲା । ମହିଳା ଜଣକ ନିଜ ପତିଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଥିଲେ । ଅଭିଯୋଗ କ୍ରମେ ପୋଲିସ ଯୁବକଙ୍କ ମୋବାଇଲ ଗ୍ୟାଲେରି ଚେକ୍ କରିବା ସମୟରେ ଏକ ଭିଡିଓ ଦେଖିବାକୁ ପାଇଥିଲା । ସବୁଠାରୁ ଦୁଃଖର କଥା ହେଉଛି ଉକ୍ତ ଭିଡିଓରେ ଗାଧୋଉଥିବା ମହିଳାଜଣଙ୍କ ଥିଲେ ଯୁବକଙ୍କ ସ୍ତ୍ରୀ । ନିଜେ ଯୁବକ ଜଣକ ଧରାପଡ଼ିଯିବା ଭୟରେ ସ୍ତ୍ରୀଙ୍କୁ ସନ୍ଦେହ କରିବା ଆରମ୍ଭ କରିବା ସହ ଥାନାରେ ପାଲଟା ଅଭିଯୋଗ କରିଥିଲେ ବୋଲି ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଥିଲା । ଏହାପରେ ଯୁବକ ଜଣକ ନିଜ ସ୍ତ୍ରୀଙ୍କର ଭିଡିଓ କରିଥିବା ସ୍ୱୀକାର କରିଥିଲେ । ଏହି ଘଟଣାରେ ଉକ୍ତ ଯୁବକଙ୍କ ଗିରଫ କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.