fbpx

ମହିଳା ଦୁଇ ଗୋଡ଼ରେ ପିନ୍ଧିଥିଲେ ସାପ ଆକୃତିର ମୋଜା: ସ୍ୱାମୀଙ୍କ ମାଡ଼ରେ ମରୁମରୁ ବଞ୍ଚିଲେ ପତ୍ନୀ

ଆଧୁନିକ ଯୁଗରେ ବିଭିନ୍ନ ଡିଜାଇନର ଡ୍ରେସ୍ ପିନ୍ଧିବାକୁ ସମସ୍ତେ ପସନ୍ଦ କରୁଛନ୍ତି । କିଛି କପଡ଼ାରେ ପଶୁପକ୍ଷୀଙ୍କର ଚିତ୍ର ଦେଖିବାକୁ ମିଳିଥାଏ । ସାପ ଆକୃତିର ଏକ ଡ୍ରେସ୍ ପିନ୍ଧିବା ଦ୍ୱାରା ଜଣେ ମହିଳାଙ୍କୁ ଭାରି ପଡ଼ିଛି । ଫେଶନ୍ କରିବା କରିବା ନିଶା ମହିଳାଙ୍କୁ ମରଣମୁହଁକୁ ଠେଲି ଦେଇଛି । ମହିଳାଙ୍କ ପତି ସାପ ଭାବି ମହିଳାଙ୍କୁ ନିର୍ଧୂମ ଧୁଲାଇ କରିଥିଲେ । ଫଳଳେ ମହିଳା ଜଣକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଏହି ଘଟଣାଟି ଘଟିଛି ଅଷ୍ଟ୍ରେଲିଆରେ । ମହିଳା ଜଣକ ଦୁଇଗୋଡ଼ରେ ସାପ ପରି ଚିତ୍ରିତ ହୋଇଥିବା କଳାରଙ୍ଗର ଦୁଇଟି ଲମ୍ବା ମୋଜା ପିନ୍ଧିଥିଲେ । ମହିଳାଙ୍କ ପତି ଏହି ମୋଜା ଦେଖିବା ପରେ ଭୟଭୀତ ହୋଇଯାଇଥିଲେ । ସେ ଭାବି ନେଇଥିଲେ ଯେ, ତାଙ୍କ ଘରେ ଦୁଇଟି ସାପ ବୁଲୁଛନ୍ତି । ତେଣୁ ସେ କାଳ ବିଳମ୍ବ ନକରି ଜୀବନ ରକ୍ଷା କରିବାକୁ ଯାଇ ସାପ ଦୁଇଟିକୁ ନିର୍ଧୂମ ପିଟିଥିଲେ । ତେବେ ପତିଙ୍କର ଏହି ହମଲାରେ ପତ୍ନୀ ଜଣକ ଗୁରୁତର ଭାବେ ଘାୟଲ ହୋଇଯାଇଥିଲେ । ଏହାପରେ ମହିଳାଜଣକ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ ।

Get real time updates directly on you device, subscribe now.