fbpx
BJD SKY
BJD SKY

ପତ୍ନୀ ଓ ୧୩ ମାସର ଶିଶୁର ଗଳାକାଟି ହତ୍ୟା, ନିଜେ ଲଗାଇଲେ ଫାଶୀ

BJD

ଜୟପୁର, ୩୦ା୪: ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ପତ୍ନୀ ଓ ୧୩ ମାସର ଶିଶୁଙ୍କୁ ଗଳା କାଟି ହତ୍ୟା କରିବା ପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ଜଣେ ଶିକ୍ଷକ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ସ୍ଥାନୀୟ ପ୍ରତାପ ନଗର ଥାନା ଅଞ୍ଚଳରେ ଶିକ୍ଷକ ପତି-ପତ୍ନୀଙ୍କ ମଧ୍ୟରେ ଏକ ସାମାନ୍ୟ ଘଟଣାକୁ ନେଇ ଝଗଡ଼ା ହୋଇଥିଲା । ଫଳରେ କ୍ରୋଧର ବଶବର୍ତ୍ତୀ ହୋଇ ପତି ଜଣକ ପତ୍ନୀ ଓ ଶିଶୁକୁ ଛୁରୀରେ ଗଳାକାଟି ହତ୍ୟା କରିଥିଲେ । ପତ୍ନୀ ତାଙ୍କର ମାମୁଁଙ୍କ ପୁଅ ବାହାଘରକୁ ଯିବା ପାଇଁ ତାଙ୍କ ସ୍ୱାମୀ ମନା କରିଦେଇଥିଲେ । ଫଳରେ ସେହିଦିନଠାରୁ ଦମ୍ପତ୍ତିଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା । ଘର ମାଲିକ ଏହି ଘଟଣା ଜାଣିବା ପରେ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ଜଣାଇଥିଲେ ।

Get real time updates directly on you device, subscribe now.