fbpx
BSKY
BJD SHG SKY
BJD YOUTH SKY

ସ୍ତ୍ରୀର ଗଳାକାଟିବା ରଖି ଲଗାଇ ଆତ୍ମହତ୍ୟା କଲା ସ୍ୱାମୀ

ପିପିଲି(ଓଡ଼ିଶା ଭାସ୍କର): ସ୍ତ୍ରୀର ଗଳାକାଟି ହତ୍ୟା ଉଦ୍ୟମ କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଛି । ତେଇଶିପୁର ପଞ୍ଜାୟତ ନିର୍ମଳା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । କୌଣସି କାରଣରୁ ସେମାନଙ୍କ ମଧ୍ୟରେ ଖୁବ୍ ଜୋରରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ଗଳା କାଟିଦେଇଥିଲା ସ୍ୱାମୀ । ଗଳା କାଟିବା ପରେ ଘର ଭିତରେ ରଖି ଲଗାଇ ସ୍ୱାମୀ ଆତ୍ମହତ୍ୟା କରିଛି । ତେବେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରଣ କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ୍ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.