fbpx

ଏବର୍ଷ ବନ୍ଦ ରହିବ ହଜ୍ !

୨୨୨ ବର୍ଷ ପରେ ବନ୍ଦ ହେବ ହଜ୍ ଯାତ୍ରା । କରେନା ପାଇଁ ଏଭଳି ସମ୍ଭାବନା ଦେଖାଯାଇଛି ।ଶେଷ ଥର ପାଇଁ ୧୭୯୮ ମସିହାରେ ଏହାକୁ ରଦ୍ଦ କରାଯାଇଥିଲା । ଏପରିକି ୧୯୧୮ରେ ହୋଇଥିବା ସ୍ପାନିଶ୍ ଫ୍ଲ୍ୟୁ ସମୟରେ ମଧ୍ୟ ଏହାକୁ ବନ୍ଦ କରାଯାଇନଥିଲା । କିନ୍ତୁ ଏଭଳି ସମ୍ଭାବନା ଥିବା ଥିବା କହିଛନ୍ତି ସାଉଦି ଆରବ କର୍ତ୍ତୃପକ୍ଷ ।ଏବେ କରେନା ପାଇଁ ପୁରା ସାଉଦିରେ ରେଡ୍ ଆଲର୍ଟ ।୧୫୦୦ ଲୋକ କରେନା ଆକ୍ରାନ୍ତ ଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ତେଣୁ ଚନ୍ଦ୍ର କ୍ୟାଲେଣ୍ଡର ଅନୁସାରେ ଜୁଲାଇରେ ହେବାକୁ ଥବା ମକ୍କା ମଦୀନା ଯାତ୍ରା ସ୍ଥଗିତ କରାଯିବ । ଗତ ଫେବୃଆରୀ ୨୭ ତାରିଖରେ ଉମରା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥିଲା । ଗତଥର ହଜକୁ ୨୦ ଲକ୍ଷ ଇସଲାମିକ ଶ୍ରଦ୍ଧାଳୁ ଆସିଥିଲେ ।ଯେଉଁଥିରୁ ସାଉଦି ସରକାରଙ୍କ ୯୧ହଜାର କୋଟି ଟଙ୍କା ରାଜସ୍ୱ ପାଇଥିଲେ ।

Get real time updates directly on you device, subscribe now.