fbpx

ମୋର ଆଉ ରୋଜଗାର ନାହିଁ… କୋଚ୍ ପଦ ଛାଡ଼ିବା ପରେ ‘ଅଫର୍’ ଖୋଜୁଛନ୍ତି ଦ୍ରାବିଡ!

Advertisement

ନୂଆଦିଲ୍ଲୀ: ୧୭ ବର୍ଷ ପରେ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ମାର୍ଗଦର୍ଶନରେ ଭାରତ ଜିତିଛି ଦ୍ୱିତୀୟ ଟି-୨୦ ବିଶ୍ୱକପ । ଜଣେ ଖେଳାଳି ଭାବରେ ବିଶ୍ୱକପ ଜିତିପାରି ନଥିବା ବେଳେ କୋଚ୍ ପଦବୀରେ ରହି ଦଳକୁ ବିଶ୍ୱବିଜୟୀ କରାଇଛନ୍ତି । ତେବେ ଏହି ବିଶ୍ୱକପ ସହିତ ମୁଖ୍ୟ କୋଚ୍ ପଦବୀରେ ତାଙ୍କର କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି । ଶ୍ରୀଲଙ୍କା ବିପକ୍ଷ ସିରିଜରୁ ଭାରତୀୟ ଦଳରେ ନୂଆ କୋଚ ଦାୟିତ୍ୱ ଗ୍ରହଣ କରିପାରନ୍ତି । ତେବେ କୋଚ୍ ପଦବୀରୁ ବିଦାୟ ନେବା ପରେ ଛାତିର ଯନ୍ତ୍ରଣା ଖୋଲି କହିଛନ୍ତି ଦ୍ରାବିଡ । ବର୍ତ୍ତମାନ ରୋଜଗାରର ନୂଆ ବାଟ ଖୋଜୁଛନ୍ତି ରାହୁଲ ଦ୍ରାବିଡ ।

ବିଶ୍ୱକପ ବିଜୟ ପରେ ରାହୁଲ ଦ୍ରାବିଡ କହିଛନ୍ତି ଯେ, ମୁଁ ଆସନ୍ତା ସପ୍ତାହରୁ ବେରୋଜଗାର ହୋଇଯିବି । କିଛି ଅଫର୍ ଅଛି କି? ଏହା ଖୁବ ଭଲ ସମୟ । ତେବେ ବର୍ତ୍ତମାନ ଏହି ମୁହୂର୍ତ୍ତର ମଜା ନେଉଛି । ମୁଁ ଆଗାମୀ ସମୟ ବିଷୟରେ କୌଣସି ଚିନ୍ତା କରୁନାହିଁ । ମୁଁ ଏହାକୁ ଭୁଲି ଆଗକୁ ବଢିବା ପାଇଁ ଚେଷ୍ଟା କରିବି । ଏ ଜୀବନ ହିଁ ଏମିତି, ସମସ୍ତେ ନିଜ ବେଷ୍ଟ ଦିଅନ୍ତି । ଆପଣ କଡ଼ା ପରିଶ୍ରମ କରନ୍ତି ଏବଂ ଯାହା ଆପଣଙ୍କ ରାସ୍ତାରେ ଆସେ, ତାହାକୁ ଭଲ ଭାବରେ ସାମନା କରିବା ପାଇଁ ଚେଷ୍ଟା କରନ୍ତି ଏବଂ ଆଗକୁ ବଢିଚାଲନ୍ତି ।

ଦ୍ରାବିଡଙ୍କ କୋଚିଙ୍ଗରେ ପ୍ରଥମ ଥର ବିଶ୍ୱକପ ଚମ୍ପିଆନ୍ ହୋଇଛି ଟିମ ଇଣ୍ଡିଆ । ତେବେ ଏହାବ୍ୟତୀତ ଦଳ ଅଧିକାଂଶ ଟୁର୍ଣ୍ଣାମେଣ୍ଟରେ ଖୁବ ସୁନ୍ଦର ପ୍ରଦର୍ଶନ ମଧ୍ୟ କରିଛି । ଟେଷ୍ଟ ଚମ୍ପିଆନସିପ ଏବଂ ଦିନିକିଆ ବିଶ୍ୱକପ ଫାଇନାଲରେ ପହଞ୍ଚିବା ସହ ଏସିଆ କପ୍ ଉପରେ କବଜା କରିବାରେ ସଫଳ ହୋଇଛି ଟିମ ଇଣ୍ଡିଆ । ତେଣୁ ବୋର୍ଡ ଦ୍ରାବିଡଙ୍କୁ ଏହି ଦାୟିତ୍ୱରେ ରହିବା ପାଇଁ ଏବଂ କୋଚ୍ ପଦବୀରେ ପୁଣିଥରେ ଆବେଦନ କରିବା ପାଇଁ ପରାମର୍ଶ ଦେଇଥିଲା । କିନ୍ତୁ ପରିବାରକୁ ଅଧିକ ସମୟ ଦେବା ପାଇଁ ଦ୍ରାବିଡ ପଦବୀରୁ ବିଦାୟ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.