fbpx

Video: ଟ୍ରେନ ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିଲି,ଚିକିତ୍ସା ପରେ ମନ୍ତ୍ରୀ ଦେଲେ ୫୦ ହଜାର ଟଙ୍କାର ଚେକ୍

Advertisement

ବାଲେଶ୍ୱର: ବାହାନଗାରେ କରମଣ୍ଡଳ ଏକ୍ସପ୍ରେସର ଦୁର୍ଘଟଣାରେ ହଜାରୁ ଅଧିକ ଲୋକେ ଆହତ ହୋଇଥିବା ବେଳେ ଶତାଧିକ ଲୋକେ ପ୍ରାଣ ହରାଇଛନ୍ତି । ଗାତାକାଲି ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ନବ ମୃତ ଏବଂ ଆହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଥିଲେ । ଏହି ଘୋଷଣା ମୁତାବକ ଘଟଣାସ୍ଥଳରେ ହିଁ ଆହତ ମାନଙ୍କୁ ସହାୟତା ଆକାରରେ ଚେକ୍ ପ୍ରଦାନ କରାଯାଇଥିଲା ।

ସହାୟତା ପାଇବା ପରେ ଜଣେ ଯାତ୍ରୀ କିଛି ଏପରି କହିଥିଲେ । କି ମୁଁ ସେହି ଟ୍ରେନରେ ଥିଲି ଆଉ ଅଳ୍ପକେ ମୋ ଜୀବନ ବଞ୍ଚିଯାଇଛି । ହେଲେ ସାମାନ୍ୟ ଆହାତ ହୋଇଥିଲି ଆଉ ଏବେ ରେଳ ବିଭାଗ ମୋ ହାତରେ ଦେଇଛି ୫୦ ହଜାର ଟଙ୍କାର ଚେକ୍ ଦେଇଛନ୍ତି ।

ଭୟଙ୍କର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହାସହିତ ଦୁର୍ଘଟଣାରେ ଗୁରୁତର ହୋଇଥିବା ଯାତ୍ରୀମାନଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି । ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

Get real time updates directly on you device, subscribe now.