fbpx

ଶାନ୍ତିରେ ଶୋଇବି, ଛୋଟଛୁଆ ହୋଇଯାଇଛନ୍ତି ରୋହିତ

Advertisement

ଶାନ୍ତିରେ ଶୋଇବି, ଛୋଟଛୁଆ ହୋଇଯାଇଛନ୍ତି ରୋହିତ
ଓଡିଶା ଭାସ୍କର: ବିଶ୍ୱକପ ଟ୍ରଫି ଜିତି ସାରିବା ପରେ ରୋହିତ ଛୋଟଛୁଆ ଭଳି ହୋଇଯାଇଛନ୍ତି । ସେ ବିଶ୍ୱକପ ଜିତିଛନ୍ତି ବୋଲି ଏବେ ବି ଭାବି ପାରୁ ନାହାନ୍ତି । ବିଜୟପରେ ପିଚର ମାଟିକୁ ଖାଇ ସେ ଏ ସ୍ମରଣୀୟ ମୁହୂର୍ତ୍ତକୁ ଅବିସ୍ମରଣୀୟ କରି ଦେଇଛନ୍ତି । ତାହାସହ ଟ୍ରଫି ନେବାକୁ ଯିବା ସମୟରେ ମଧ୍ୟ ତାଙ୍କ ରୋବୋଟିକ ୱାକ ପ୍ରଶଂସକଙ୍କୁ ବେଶ୍ ମନୋରଞ୍ଜନର ଖୋରକ ଯୋଗାଇଥିଲା । ଏକ ସାକ୍ଷାତକାରରେ ରୋହିତ କହିଛନ୍ତି, ବିଶ୍ୱକପ ଜିତିବା ଦିନ ସାରା ରାତି ସବୁ ଖେଳାଳି ଅନିଦ୍ରା ଥାଇ କେବଳ ଏ ମୁହୂର୍ତ୍ତର ମଜା ନେଉଥିଲେ । କେହି ବି ଠିକ ସେ ଶୋଇ ନାହାନ୍ତି । ରୋହିତ ଏ ବିଶ୍ୱକପ ବିଜୟକୁ ଏବେ ବି ସ୍ୱପ୍ନ ଭଳି ମନେ କରୁଛନ୍ତି । ପ୍ରତି ମୁହୂର୍ତ୍ତକୁ ସେ ଟ୍ରଫି ସାଙ୍ଗରେ ହିଁ ଜିଉଁଛନ୍ତି । ଟ୍ରଫିକୁ ଛାଡିବାକୁ ସେ ଯେଭଳି ଛୋଟ ଛୁଆଙ୍କ ଭଳି ନାରାଜ ଅଛନ୍ତି ।

ନିଜର ଇନଷ୍ଟାଗ୍ରାମ ଆକାଉଣ୍ଡରେ ରୋହିତ ଏକ ସକାଳୁଆ ଫଟୋ ପୋଷ୍ଟ କରିଛନ୍ତି । ଏଥିରେ ବିଶ୍ୱକପ ଟ୍ରଫି ତାଙ୍କ ଶୋଇଥିବା ବେଡ ପାଖରେ ରହିଛି । ବାରବାଡୋସର ହୋଟେଲରେ ସେ ଏହାକୁ ରଖି ଶୋଇବା ଭଳି ଦୃଶ୍ୟ କ୍ରିକେଟପ୍ରେମୀଙ୍କୁ ପାଗଳ କରୁଛି । ଫ୍ୟାନ୍ସ ମଧ୍ୟ ଏ ଦୃଶ୍ୟକୁ ମନଭରି ଉପଭୋଗ କରିଛନ୍ତି । ଏବେ ସେ ଶାନ୍ତିରେ ଶୋଇପାରିବେ ବୋଲି ପ୍ରକାଶ କରିଛନ୍ତି । ପ୍ରକାଶଥାଉ ଯେ, ଫାଇନାଲ ଫାଇଟରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇ ବିଶ୍ୱ ବିଜେତା ସାଜିଥିଲା । ପରେ ରୋହିତ ଶର୍ମା ଓ ବିରାଟ କୋହଲି ଟ୍ୱେଣ୍ଟି ଟ୍ୱେଣ୍ଟି ଫର୍ମାଟରୁ ଅବସର ନେଇଥିଲେ । ବାତ୍ୟା କାରଣରୁ ଟିମ୍ ଇଣ୍ଡିଆ ବାରବାଡୋସରେ ଫସି ରହିଛି ।

Get real time updates directly on you device, subscribe now.