fbpx

IBPS PO / MT ନିଯୁକ୍ତି ୨୦୨୪: ୪୪୫୫ଟି ପଦ ପୂରଣ ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ବ୍ୟାଙ୍କିଂ ସେକ୍ଟରେ ଅନେକ ପଦ ପାଇଁ ନିଯୁକ୍ତି ଚାଲିଛି । ନିକଟରେ କିରାଣୀ ପଦ ପାଇଁ ୬ ହଜାରରୁ ଅଧିକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ଆସିଛି ଏକ ବଡ଼ ସୁଯୋଗ । ବ୍ୟାଙ୍କ ପ୍ରୋବେସନାରୀ ଅଫିସର (ପିଓ) / ମ୍ୟାନେଜମେଣ୍ଟ ଟ୍ରେନି (ଏମଟି) ନିଯୁକ୍ତି ପାଇଁ ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଂ ପର୍ସୋନେଲ ସିଲେକ୍ସନ (ଆଇବିପିଏସ) ତରଫରୁ ନୋଟିଫିକେସନ ଜାରି କରାଯାଇଛି ।

ଗଷ୍ଟ ପହିଲାରୁ ଅନଲାଇନ୍ ଆବେଦନ ଓ ପେମେଣ୍ଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇ ୨୧ ତାରିଖ ମଧ୍ୟରେ ସମାପ୍ତ ହେବ । ପୂର୍ବରୁ ଶର୍ଟ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏବେ ସମ୍ପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀମାନେ ନିମ୍ନୋକ୍ତ ବିଜ୍ଞପ୍ତି ଲିଙ୍କକୁ ଯାଇ ଏହି ନିଯୁକ୍ତିର ସମ୍ପୂର୍ଣ୍ଣ ତଥ୍ୟ ଜାଣି ପାରିବେ । ଅକ୍ଟୋବରରେ ସମ୍ଭାବ୍ୟ ପ୍ରିଲିମିନାରୀ ପରୀକ୍ଷା, ନଭେମ୍ବରରେ ମୁଖ୍ୟ ପରୀକ୍ଷା ଓ ଆସନ୍ତା ବର୍ଷ ଜାନୁଆରୀ / ଫେବୃଆରୀରେ ସାକ୍ଷାତକାର ହେବ ।

ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ୧୭୫ ଟଙ୍କା ଆବେଦନ ଫିସ୍ ରହିଥିବା ବେଳେ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ୮୫୦ ଟଙ୍କା ରହିଛି । ଚଳିତ ବର୍ଷ ଅଗଷ୍ଟ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ସୀମା ୨୦ରୁ ୩୦ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ କରିଥିବା ଆବଶ୍ୟକ ।

ଅନଲାଇନ୍ ଆବେଦନ ଲିଙ୍କ: https://ibpsonline.ibps.in/crppo14jul24/

ନୋଟିଫିକେସନ ଲିଙ୍କ: https://www.ibps.in/wp-content/uploads/Detailed-Notification_CRP-PO-XIV_final-1.pdf

Get real time updates directly on you device, subscribe now.