fbpx

IBPS ନିଯୁକ୍ତି: ୭୧୦ଟି ପଦବୀ ପାଇଁ ବାହାରିଲା ବିଜ୍ଞାପନ

ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଂ ପର୍ସୋନେଲ ସିଲେକ୍ସନ (ଆଇବିପିଏସ) ପକ୍ଷରୁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଆଇବିପିଏସ ପକ୍ଷରୁ ୭୧୦ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ୨୦୨୩-୨୪ ବର୍ଷରେ ସ୍ପେଶାଲିଷ୍ଟ ଅଫିସ (CRP SPL-XII) ପଦବୀରେ ନିଯୁକ୍ତି ମିଳିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ସୂଚନା ପାଇ ପାରିବେ ।

ପ୍ରାର୍ଥୀମାନେ ଜିଏସଟିକୁ ଛାଡ଼ି ୮୫୦ ଟଙ୍କାର ଆବେଦନ ଫିସ୍ ଜମା କରିବେ । ଏସସି / ଏସଟି / ପିଡବ୍ଲ୍ୟୁବିଡି ପ୍ରାର୍ଥୀମାନେ ଜିଏସଟିକୁ ଛାଡ଼ି ୧୭୫ ଟଙ୍କା ଦେବେ । ପେମେଣ୍ଟ ଅନଲାଇନ ମୋଡ଼ରେ ଡେବିଟ କାର୍ଡ/ କ୍ରେଡିଟ କାର୍ଡ/ ଇଣ୍ଟରନେଟ ବ୍ୟାଙ୍କିଂ ମାଧ୍ୟମରେ କରାଯିବ । ପ୍ରାର୍ଥୀମାନେ ନଭେମ୍ବର ମାସ ୧ ତାରିଖ ଠାରୁ ଅନଲାଇନ ଆବେଦନ, ଆପ୍ଲିକେସନର ଏଡିଟ ଓ ମଡିଫିକେସନ, ଫିସ ଜମା କରିପାରିବେ ।

ଅନଲାଇନ ଆବେଦନ ଓ ଫିସ ଜମାର ଅନ୍ତିମ ତାରିଖ ନଭେମ୍ବର ୨୧ ପର୍ଯ୍ୟନ୍ତ ରହିଛି । ଡିସେମ୍ବର ମାସ ୨୪ରୁ ୪୧ ତାରିଖ ପର୍ଯ୍ୟନ୍ତ ପ୍ରିଲିମିନାରୀ ପରୀକ୍ଷା ହୋଇ ଆସନ୍ତାବର୍ଷ ଜାନୁଆରୀରେ ରେଜଲ୍ଟ ପ୍ରକାଶ ପାଇବ । ଏହାପରେ ଫେବୃଆରୀରେ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ । ଫେବୃଆରୀ / ମାର୍ଚ୍ଚରେ ସାକ୍ଷାତକାର କରାଯାଇ ଏପ୍ରିଲ ମାସରେ ପ୍ରୋଭିଜନାଲ ଆଲଟମେଣ୍ଟ କରାଯିବ ।

ଅନଲାଇନ ଆବେଦନ ରେଜିଷ୍ଟ୍ରେସନ ଲିଙ୍କ: https://ibpsonline.ibps.in/crpsoxioct22/basic_details.php

ଲଗ୍ ଇନ୍ ଲିଙ୍କ: https://ibpsonline.ibps.in/crpsoxioct22/

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/11/Notification-IBPS-SO-2022.pdf

ଅଫିସିଆଲ ୱେବସାଇଟ ଲିଙ୍କ: https://www.ibps.in/

Get real time updates directly on you device, subscribe now.