fbpx
BJD SKY
BJD SKY

ICC Test Ranking; ଟପ୍ ୧୦ରେ ଯଶସ୍ୱୀ ଜଏସ୍ୱାଲଙ୍କ ଏଣ୍ଟ୍ରି: ତାଲିକାରେ ଟିମ ଇଣ୍ଡିଆର ଦବଦବା

BJD

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ଶେଷ ମ୍ୟାଚ ପୂର୍ବରୁ ପ୍ରକାଶ ପାଇଛି ଆଇସିସି ଟେଷ୍ଟ ରାଙ୍କିଙ୍ଗ । ଏଥିରେ ଟିମ ଇଣ୍ଡିଆର ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ ଏକ ବଡ଼ ସଫଳତା ପାଇଛନ୍ତି । ଟେଷ୍ଟ କ୍ରିକେଟରେ ଶ୍ରେଷ୍ଠ ବ୍ୟାଟରଙ୍କ ତାଲିକାରେ ଟପ୍-୧୦କୁ ଏଣ୍ଟ୍ରି କରିଛନ୍ତି ଯଶସ୍ୱୀ । ଇଂଲଣ୍ଡ ବିପକ୍ଷ ସିରିଜରେ ବିସ୍ଫୋରକ ବ୍ୟାଟିଂ କରି ଏହି ତାଲିକାରେ ନି୍ଜ ସ୍ଥାନ ପକ୍କା କରିଛନ୍ତି ଜଏସ୍ୱାଲ । ଦୁଇଟି ସ୍ଥାନ ଉପରକୁ ଉଠି ଯଶସ୍ୱା ବର୍ତ୍ତମାନ ଟେଷ୍ଟ ବ୍ୟାଟିଂ ତାଲିକାର ଦଶମ ସ୍ଥାନରେ ପାଦ ଦେଇଛନ୍ତି । କ୍ୟାରିୟରରେ ପ୍ରଥମ ଥର ଏହି ସ୍ଥାନରେ ପହଞ୍ଚିଛନ୍ତି ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ ।

ଏହାବ୍ୟତୀତ ଦଳର ଅଧିନାୟକ ରୋହିତ ଶର୍ମା ମଧ୍ୟ ୨ଟି ସ୍ଥାନ ଉପରକୁ ଉଠିଛନ୍ତି । ଟେଷ୍ଟ ବ୍ୟାଟିଂ ତାଲିକାର ୧୩ତମ ସ୍ଥାନରେ ରହିଥିବା ବେଳେ ବର୍ତ୍ତମାନ ସେ ୨ଟି ପାହାଚ ଉପରକୁ ଉଠି ଏକାଦଶ ସ୍ଥାନରେ ପହଞ୍ଚିଛନ୍ତି । ଅନ୍ୟ ପକ୍ଷରେ ଇଂଲଣ୍ଡ ବିପକ୍ଷ ସିରିଜରୁ ବାଦ୍ ପଡ଼ିଥିବା କିଙ୍ଗ କୋହଲି ମଧ୍ୟ ଏହି ତାଲିକାରେ ପାଇଦା ପାଇଛନ୍ତି । ଟେଷ୍ଟ ବ୍ୟାଟିଂ ତାଲିକାରେ ୭୪୪ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି ବିରାଟ କୋହଲି । ତେବେ ପ୍ରଥମ ସ୍ଥାନରେ ନ୍ୟୁଜିଲାଣ୍ଡ ପୂର୍ବ ଅଧିନାୟକ କେନ୍ ୱିଲିୟମସନ୍ ୮୭୦ ପଏଣ୍ଟ ସହ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି ।

ଇଂଲଣ୍ଡର ଭେଟେରାନ୍ ବୋଲର ଜେମ୍ସ ଆଣ୍ଡରସନଙ୍କୁ ମଧ୍ୟ ରାଙ୍କିଙ୍ଗରେ ଫାଇଦା ହୋଇଛି । ଟେଷ୍ଟ କ୍ରିକେଟରେ ୭୦୦ ୱିକେନ୍ର ନିକଟତର ଥିବା ଆଣ୍ଡରସନ୍ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି । ଟେଷ୍ଟ ବୋଲର ତାଲିକାରେ ନବମ ସ୍ଥାନରେ ପହଞ୍ଚିଛନ୍ତି ଜେମ୍ସ ଆଣ୍ଡରସନ୍ । ତେବେ ରବିନ୍ଦ୍ର ଜାଡେଜା ଗୋଟିଏ ପାଦ ତଳକୁ ଖସି ଯାଇଛନ୍ତି । ଷଷ୍ଠ ସ୍ଥାନରୁ ଖସି ସପ୍ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି ରବିନ୍ଦ୍ର ଜାଡେଜା ।

Get real time updates directly on you device, subscribe now.