fbpx
BJD
BJD SKY
BJD SKY

କ୍ରିକେଟ୍ ବିଶ୍ୱକପ୍ ୨୦୨୩ ପାଇଁ ଦୁଇ ମାସ୍କଟ୍ ଉନ୍ମୋଚନ କଲା ଆଇସିସି, ପ୍ରଶଂସକ ମାନଙ୍କ ପାଇଁ ବଡ଼ ସୁଯୋଗ

BJD

ନୁଆଦିଲ୍ଲୀ: ଆଗାମୀ ଦିନିକିଆ କ୍ରିକେଟ୍ ବିଶ୍ୱକପ ଭାରତରେ ହେବାକୁ ଥିବାବେଳେ ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ଦେଖିବାକୁ ମିଳିଛି । ଆୟୋଜକ ବିସିସିଆଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇ ସାରିଛି । ଏହାରି ମଧ୍ୟରେ ଶନିବାର ଆଇସିସି ଦ୍ୱାରା ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଶ୍ୱକପ୍ ୨୦୨୩ର ମାସ୍କଟ୍ ଉନ୍ମୋଚନ ହୋଇଛି । ୧୯ ବର୍ଷରୁ କମ୍ ବିଶ୍ୱକପ୍‌ରେ ଭାରତର ନେତୃତ୍ୱ ନେଇ ଉଭୟ ମହିଳା ଏବଂ ପରୁଷ ବର୍ଗରେ ବିଜୟୀ କରାଇଥିବା ତାରକା ଖେଳାଳି ସେଫାଳି ବର୍ମା ଏବଂ ୟସ୍ ଧୁଲ୍ ଦୁଇ ମାସ୍କଟ୍‌କୁ ଉନ୍ମୋଚନ କରିଥିଲେ ।

ଏହି ମାସ୍କଟ୍ ଉନ୍ମୋଚନ ସହିତ ଆଇସିସି ବିଶ୍ୱର କ୍ରିକେଟ୍ ପ୍ରଶଂସକ ମାନଙ୍କୁ ବିଶ୍ୱକପ୍ ଆୟୋଜନରେ ସହଯୋଗ କରିବା ପାଇଁ ଏକ ସୁଯୋଗ ଦେଇଛି । ଆଇସିସି ପକ୍ଷରୁ ଉନ୍ମୋଚନ ହୋଇଥିବା ଏହି ଦୁଇ ମାସ୍କଟ୍‌ର ନାମ ରଖିବାକୁ ଆଇସିସି ପ୍ରଶଂସକ ମାନଙ୍କୁ ଆହ୍ୱାନ୍ କରିଛି । ଚଳିତ ବର୍ଷ ବିଶ୍ୱକପ୍ ପାଇଁ ପ୍ରକାଶ ପାଇଥିବା ଦୁଇ ମାସ୍କଟ୍ ଲିଙ୍ଗଗତ ସମାନତା ଏବଂ ବିଭିନ୍ନତା ମଧ୍ୟରେ ଏକତା ଥିମ୍ ଦର୍ଶାଉଛି ।

Get real time updates directly on you device, subscribe now.