ICC Women’s Rankings: ଏବେ ଇଂଲଣ୍ଡ ଅଧିନାୟକ କରିବେ ରାଜ୍…ODIରେ ବିଶ୍ୱର ନମ୍ବର ୱାନ୍ ବ୍ୟାଟ୍ସମ୍ୟାନ୍ ହେଲେ Sciver-Brunt

ସ୍ମୃତି ମନ୍ଧାନାଙ୍କୁ ବଡ଼ ଝଟକା ।

ନୂଆଦିଲ୍ଲୀ:  ବର୍ତ୍ତମାନ ସମୟରେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ସ୍ମୃତି ମନ୍ଧାନା ବହୁତ ଭଲ ଫର୍ମରେ ଅଛନ୍ତି । ସେ ତାଙ୍କ ପ୍ରଦର୍ଶନ ଆଧାରରେ ICC ODI ରାଙ୍କିଙ୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।

ହେଲେ ବର୍ତ୍ତମାନ ଇଂଲଣ୍ଡ ଅଧିନାୟିକା ତାଙ୍କ ସିଂହାସନକୁ ହଲାଇ ଦେଇଛନ୍ତି । ଭାରତ ଇଂଲଣ୍ଡ ବିପକ୍ଷରେ 2-1 ରେ ଏକଦିବସୀୟ ସିରିଜ୍ ଜିତିଥିଲା ଯେଉଁଥିରେ ମନ୍ଧାନାଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଏହା ପରେ ମଧ୍ୟ, ICCର ସଦ୍ୟତମ ODI ରାଙ୍କିଙ୍ଗରେ ଭାରତର ଭାଇସ କ୍ୟାପ୍ଟେନ ସ୍ମୃତି ମନ୍ଧାନା ଗୋଟିଏ ସ୍ଥାନ ହରାଇଛନ୍ତି ।

ନର୍ଭସ୍ ନାଇଣ୍ଟୀଜ୍ ପରେ ନମ୍ବର 1- ସିରିଜର ଶେଷ ମ୍ୟାଚ୍‌ରେ ଇଂଲଣ୍ଡ ଅଧିନାୟକ ନାଟ୍ ସ୍କିଭର ବ୍ରଣ୍ଟ ନର୍ଭସ୍ ନାଇଣ୍ଟିଜ୍‌ର ଶିକାର ହୋଇଥିଲେ । ସେ ତାଙ୍କ ଶତକଠାରୁ ମାତ୍ର ୨ ରନ୍ ଦୂରରେ ଥିଲେ । ସେ ୧୦୫ ବଲ୍‌ରେ ୯୮ ରନ୍‌ର ଏକ ଚମତ୍କାର ଇନିଂସ ଖେଳିଥିଲେ, ଯାହା ତାଙ୍କୁ ଆଇସିସି ରାଙ୍କିଂରେ ଲାଭ ଦେଇଛି । ଭାରତ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ସିଭର-ବ୍ରଣ୍ଟ ୫୩.୩୩ ହାରରେ ୧୬୦ ରନ୍ କରିଥିଲେ ଏବଂ ସିରିଜ୍‌ର ଶ୍ରେଷ୍ଠ ରନ୍ ସ୍କୋରର୍ ବୋଲି ପ୍ରମାଣିତ ହୋଇଥିଲେ ।

ମନ୍ଧାନାଙ୍କ ୧୧୫ ରନ୍-ସ୍ମୃତି ମନ୍ଧାନା ଏହି ସିରିଜର ତିନୋଟି ମ୍ୟାଚ୍‌ରେ ୩୮.୩୩ ଆଭରେଜରେ ୧୧୫ ରନ୍ କରିପାରିଥିଲେ। ଯାହାଦ୍ୱାରା ସେ ଗୋଟିଏ ସ୍ଥାନ ତଳକୁ ଖସିଯାଇଛନ୍ତି । କିନ୍ତୁ ଅନ୍ୟପକ୍ଷରେ, ଟିମ୍ ଇଣ୍ଡିଆର ଅଧିନାୟକ ହରମନପ୍ରୀତ କୌରଙ୍କୁ ଏକ ବଡ଼ ଫାଇଦା ମିଳିଛି। ସେ ୧୦ ସ୍ଥାନ ଉପରକୁ ଉଠି ୧୧ତମ ସ୍ଥାନରେ ନିଜ ସ୍ଥାନ ସୁରକ୍ଷିତ କରିଛନ୍ତି । ତାଙ୍କ ବ୍ୟତୀତ ଜେମିମା ରଡ୍ରିଗ୍ସ ମଧ୍ୟ ଦୁଇଟି ସ୍ଥାନ ଉପରକୁ ଉଠି ୧୩ତମ ସ୍ଥାନରେ ପହଞ୍ଚିଛନ୍ତି ।

ବୋଲିଂରେ ମଧ୍ୟ ଇଂଲଣ୍ଡର ଦବଦବା- ଆଇସିସି ବୋଲିଂ ରାଙ୍କିଙ୍ଗରେ ମଧ୍ୟ ଇଂଲଣ୍ଡ ଦଳର ପ୍ରାଧାନ୍ୟ ଦେଖିବାକୁ ମିଳୁଛି । ଇଂଲଣ୍ଡର ସୋଫି ଏକ୍ଲେଷ୍ଟୋନ୍ ଏକଦିବସୀୟ ବୋଲରଙ୍କ ମଧ୍ୟରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଅଷ୍ଟ୍ରେଲିଆର ଆଶଲେ ଗାର୍ଡନର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।