fbpx
BJD
BJD SKY
BJD SKY

IDFC First Bank ହେଲା ଭାରତର ଘରୋଇ ଅନ୍ତର୍ଜାତୀୟ ମ୍ୟାଚ୍ ର ଟାଇଟଲ୍ ପ୍ରଯୋଜକ, ବିସିସିଆଇର ହେବ ବଡ଼ ଫାଇଦା

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ବ୍ୟାଙ୍କ IDFC ଭାରତର ଘରୋଇ ଆନ୍ତର୍ଜାତୀୟ ମ୍ୟାଚ୍ ର ଟାଇଟଲ୍ ଅଧିକାର ହାସଲ କରିଛି। ଏହି ଡିଲ୍ ଅନୁଯାୟୀ ବିସିସିଆଇ ଗୋଟିଏ ମ୍ୟାଚ୍ ପାଇଁ IDFC First Bank ଠାରୁ ୪.୨ କୋଟି ଟଙ୍କା ପାଇବ। ଏହା ପୁର୍ବରୁ ମାଷ୍ଟରକାର୍ଡ ପାଖରେ ବିସିସିଆଇର ଟାଇଟଲ ପ୍ରଯୋଜକ ଥିଲା। ବିସିସିଆଇକୁ ପ୍ରତ୍ୟେକ ମ୍ୟାଚ୍ ପାଇଁ ମାଷ୍ଟର କାର୍ଡ ୩.୮ କୋଟି ଟଙ୍କା ପ୍ରଦାନ କରୁଥିଲା, ଏବେ ଥିରେ ୪୦ ଲକ୍ଷ ଟଙ୍କା ବୃଦ୍ଧି ପାଇବ।

ଏହି ଚୁକ୍ତି ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ରହିବ ଏବଂ ଏହି ସମୟରେ ଭାରତରେ ଏଥିରେ ୫୬ ଟି ମ୍ୟାଚ୍ ଖେଳାଯିବ । ଆସନ୍ତା ମାସରୁ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ସହିତ ଏହି ଚୁକ୍ତି ଆରମ୍ଭ ହେବ । ତେବେ ଏହି ଚୁକ୍ତି ସହିତ ଆଇଡିଏଫ୍‌ସି ସୋନି ସ୍ପୋର୍ଟସକୁ ବିସିସିଆଇର ଟାଇଟଲ୍ ପ୍ରାୟୋଜକ ଦୌଡ଼ରେ ପରାସ୍ତ କରିଛି । ଏହି ଦୁଇଟି ବ୍ୟତୀତ ଅନ୍ୟ କୌଣସି କମ୍ପାନୀ ଏହି ନିଲାମରେ ଅଂଶଗ୍ରହଣ କରିନଥିଲେ ।

ସେହିଭଳି ଜୁଲାଇ ମାସରେ ଭାରତୀୟ ଖେଳାଳିଙ୍କ ଜର୍ସି ପ୍ରଯୋଜକ ଭାବରେ DREAM-11 ସହିତ ଚୁକ୍ତି ସ୍ୱାକ୍ଷରିତ ହୋଇଛି । DREAM-11ଏଥିପାଇଁ ବିସିସିଆଇକୁ ୩୫୮ କୋଟ ଟଙ୍କା ପ୍ରଦାନ କରିବ । ଏହି ଡିଲ୍ ମଧ୍ୟ ୩ ବର୍ଷ ପାଇଁ ରହିବ । ଏହା ପୁର୍ବରୁ ବିସିସିଆଇର କିଟ୍ ପ୍ରଯୋଜକ ଥିବା ବାଇଜୁସ୍‌ର ଚୁକ୍ତି ଚଳିତ ବର୍ଷ ମାର୍ଚ୍ଚ ମାସରେ ଶେଷ ହୋଇଥିଲା । ଏହାପରେ ୩ ମାସ ପାଇଁ କେହି ବିସିସିଆଇର ଜର୍ସି ପାଇଁ ପ୍ରଯୋଜକ ନଥିଲେ ।

Get real time updates directly on you device, subscribe now.