fbpx

ଇଣ୍ଟରନେଟ୍ ର ଏହି ତଥ୍ୟ ଭାଇରାଲ୍ ପରେ ସତ୍ୟତା ପରୀକ୍ଷା, ବିଶେଷଜ୍ଞ କହିଲେ ଆଜି ପର୍ଯ୍ୟନ୍ତ କୌଣସି ପ୍ରମାଣ ନାହିଁ

ଇଣ୍ଟରନେଟ୍ ର ଏବେ ଏକ ତଥ୍ୟ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏଥିରେ କୁହାଯାଇଛି ଯେ, ଯଦି କେହି ମେଡିସିନ୍ ଖାଇବା ପରେ ଅଙ୍ଗୁର ଖାଇବ ତେବେ ତାର ମୃତ୍ୟୁ ହୋଇଯିବ । ଇଣ୍ଟରନେଟ୍ ରେ ବିଭିନ୍ନ ପ୍ରକାର କଣ୍ଟେଣ୍ଟ ସେୟାର କରାଯାଇଥାଏ ଏବଂ ଏଥିରେ ସ୍ୱାସ୍ଥ୍ୟ ସମ୍ବନ୍ଧିତ ବିଭିନ୍ନ ସୂଚନା ରହିଥାଏ । କିନ୍ତୁ ବହୁ ତଥ୍ୟ ଭ୍ରମାତ୍ମକ ବି ହୋଇଥାଏ । ଅର୍ଥାତ୍ ତାହା ପଛରେ କୌଣସି ସତ୍ୟତା ବା ପ୍ରମାଣ ନ ଥାଏ । ଏହି କ୍ରମରେ ଇଣ୍ଟରନେଟ୍ ରେ ବହୁଦିନରୁ ଏକ ତଥ୍ୟ ଭାଇରାଲ୍ ହେବାରେ ଲାଗିଛି ଯେ, କେହି ଯଦି ମେଡିସିନ୍ ଖାଇବା ପରେ ଅଙ୍ଗୁର ଖାଇବ ତେବେ ତାହାର ମୃତ୍ୟୁ ହୋଇଯିବ । ତେବେ ଏହି କଥାର ସତ୍ୟତାକୁ ପରଖ ଯିବା ପରେ ଏବେ ଜଣାପଡିଛି ଯେ, ଏହା ଏକ ଭୁଲ୍ ତଥ୍ୟ ।
ଇଣ୍ଟରନେଟ୍ ର ତଥ୍ୟ ଅନୁଯାୟୀ କେହି ଯଦି ମେଡିସିନ୍ ଖାଇବା ପରେ ତୁରନ୍ତ ଅଙ୍ଗୁର ଖାଇବ ତେବେ ସମସ୍ୟା ସୃଷ୍ଟି ହେବ । ଏପରିକି ଅଙ୍ଗୁର ଏପରି ରିଆକ୍ଟ କରିବ ଯେ ବ୍ୟକ୍ତିର ମୃତ୍ୟୁ ବି ହୋଇଯାଇପାରେ । ଏଣୁ ମେଡିସିନ୍ ଖାଇବା ପରେ କେହି ବି ଅଙ୍ଗୁର ଖାଇବା ଅନୁଚିତ ।
ଏବେ ଆସନ୍ତୁ ଦେଖିବା ଏହି କଥାରେ କେତେ ସତ୍ୟତା ରହିଛି । ଏହି ଭାଇରାଲ୍ ତଥ୍ୟକୁ ୱେବସାଇଟ୍ ପକ୍ଷରୁ ଚେକ୍ ବି କରାଯାଇଛି । ଯେଉଁଥିରୁ ଜଣାପଡିଛି ଏହି ତଥ୍ୟ ବିଲକୁଲ୍ ଭୁଲ୍ । ଏହା ପଛରେ କୌଣସି କାରଣ ନାହିଁ । ଏହା ଉପରେ ବହୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ବି କହିଛନ୍ତି ଏପରି ହୋଇ ନ ଥାଏ । କିନ୍ତୁ କିଛି ମେଡିସିନ୍ ଏପରି ରହିଛି ଯାହା ଅଙ୍ଗୁର ସହ ପ୍ରତିକ୍ରିୟା ଦେଖାଇଥାଏ କିି଼ିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ବ୍ୟକ୍ତିର ମୃତ୍ୟୁ ହୋଇଯାଇଥାଏ । ଏହା ବ୍ୟତିତ ଏ ପର୍ଯ୍ୟନ୍ତ ଏ ପ୍ରକାରର କୌଣସି ମାମଲା ବି ସାମ୍ନାକୁ ଆସିନାହିଁ । ଏଣୁ ଇଣ୍ଟରନେଟ୍ ର କୌଣସି ବି ତଥ୍ୟ ଉପରେ ଭରସା କରିବା ପୂର୍ବରୁ ବିଶେଷଜ୍ଞଙ୍କ ରାୟ ନେବା ଜରୁରୀ ।

Get real time updates directly on you device, subscribe now.