fbpx

ସକାଳୁ ଜଳଖିଆ ଭଲଭାବେ ଖାଇଲେ ମିଳିଥାଏ ଏହିସବୁ ଫାଇଦା, ଜାଣନ୍ତୁ

ଆଜିକାଲି ର ଯୁବପିଢି ରାତିରେ ଡେରିରେ ଶୋଇ ସକାଳୁ ଡେରିରେ ଉଠିଥାନ୍ତି। ଏହାସହ  ସକାଳ ଜଳଖିଆକୁ ଗୁରୁତ୍ୱ ଦିଅନ୍ତି ନାହିଁ। କିଏ ସକାଳେ ଜଳଖିଆ ଖାଇବା ପସନ୍ଦ କରୁ ନଥିବା ବେଳେ ଆଉ କିଏ  ଟିକେ ଖାଇଥାନ୍ତି। କିନ୍ତୁ ଦିନସାରା ଏନର୍ଜେଟିକ୍‌ ରହିବା ପାଇଁ ସକାଳ ଜଳଖିଆ ଅତ୍ୟନ୍ତ ଜରୁରୀ। ଆସନ୍ତୁ ଜାଣିବା ସକାଳ ଜଳଖିଆ ଠିକ୍ ଭାବେ ଖାଇଲେ କେଉଁ ସବୁ ଫାଇଦା ମିଳିଥାଏ।

ସକାଳେ ପେଟପୁରା ଜଳଖିଆ ଖାଇବା ଦ୍ୱାରା  ଆପଣ ଦିନସାରା ସତେଜ ଅନୁଭବ କରିବେ।ପ୍ରତିଦିନ ସକାଳ ଜଳଖିଆ ଖାଇବା ଦ୍ୱାରା ଶରୀର ସୁସ୍ଥ ରହେ।

ନିୟମିତ ସକାଳ ଜଳଖିଆ ଖାଉ ନଥିବା ଲୋକଙ୍କ ଓଜନ ବଢ଼ିବାର ସମ୍ଭାବନା ଅଧିକ ଥାଏ।

ସକାଳ ଜଳଖିଆ ନକଲେ ଆସିଡିଟି ଭଳି ସମସ୍ୟା ଦେଖାଦେଇଥାଏ ଓ ପେଟ ରୋଗ ଭଳି ସମସ୍ୟା ଦେଖାଦିଏ।

ପ୍ରତିଦିନ ଜଳଖିଆ ନକରିବା ଲୋକଙ୍କ କ୍ଷେତ୍ରରେ ଡାଏବେଟିସରେ ପୀଡ଼ିତ ହେବାର ଆଶଙ୍କା ଅଧିକ ରହିଥାଏ।

ନିୟମିତ ସ୍ୱାସ୍ଥ୍ୟକର ଜଳଖିଆ ଖାଇବା ଦ୍ୱାରା ହୃଦଘାତ ପରି ସମସ୍ୟାରୁ ରକ୍ଷା ପାଇବା ସହ ସ୍ମୃତିଶକ୍ତି ବଢ଼ିଥାଏ

Get real time updates directly on you device, subscribe now.