fbpx
BJD SKY
BJD SKY

ପିଲାମାନଙ୍କୁ ସଫଳ କରିବାକୁ ଚାହୁଁଛନ୍ତି କି, ତେବେ ଆପଣାନ୍ତୁ ଏହି ଉପାୟ

BJD

ପ୍ରତ୍ୟେକ ମଣିଷର ସଫଳତାର ମୂଳଦୁଆ ଛୋଟ ବେଳୁ ପଡ଼ିଥାଏ । ଏଥିପାଇଁ ପିତାମାତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଆଜି ଆମେ ଆପଣମାନଙ୍କୁ ଏପରି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାଦ୍ୱାରା ଆପଣଙ୍କର ପିଲାଙ୍କୁ ସଫଳତାରୁ କେହି ରୋକି ପାରିବେ ନାହିଁ ।

ଯଦି ପିଲାମାନଙ୍କୁ ଜୀବନରେ ସଫଳ କରାଇବାକୁ ଚାହୁଁଥାନ୍ତି, ସର୍ବପ୍ରଥମେ ସେମାନଙ୍କୁ ନିଜକୁ ନିୟନ୍ତ୍ରଣ କରିବାର କ୍ଷମତା ବିକାଶ କରିବାକୁ ଶିଖାନ୍ତୁ । ନିଜକୁ ନିୟନ୍ତ୍ରଣ କରିପାରୁଥିବା ପିଲାମାନେ ପରବର୍ତ୍ତୀ ଜୀବନରେ ବହୁତ ସଫଳତା ହାସଲ କରିଥାନ୍ତି ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ସ୍କୁଲରେ ପିଲାମାନେ ପାଠପଢ଼ାକୁ ନେଇ ବା ଅନ୍ୟ କୌଣସି କାରଣରୁ ଯେପରି ବେଶି ବିଚଳିତ ନ ହେବେ, ଟେନସନ ଫ୍ରିରେ ରହିବେ, ସେଥିପାଇଁ ପିତାମାତା ଧ୍ୟାନ ଦେବା ଉଚିତ । ଆତ୍ମ ସଂଯମତା ଛୋଟପିଲାଙ୍କର ସ୍ମରଣ ଶକ୍ତି ବୃଦ୍ଧି କରିଥାଏ ।

ପିଲାମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ଭଲଭାବେ ଚିହ୍ନନ୍ତୁ । କିଛି ପିଲା ବାଦ୍ୟଯନ୍ତ୍ର ବଜାଇବା, କ୍ରୀଡ଼ାରେ ଅଂଶଗ୍ରହଣ କରିବା, ଡ୍ରଇଂ କରିବା, କବିତା ଲେଖିବାକୁ ଭଲ ପାଆନ୍ତି । କେବଳ ପାଠକୁ ପ୍ରାଧାନ୍ୟ ଦେବା ଅନୁଚିତ ।

ପିଲାମାନଙ୍କୁ ପିତାମାତା ଯେପରି ଗଢ଼ିବେ, ସେମାନଙ୍କର ଭବିଷ୍ୟତ ସେହିପରି ଗଠନ ହେବ । ତେଣୁ ପିଲାମାନଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ, ଚିନ୍ତାଧାରାକୁ ନିୟମିତ ଧ୍ୟାନ ଦେବା ଉଚିତ । ପିଲାମାନଙ୍କୁ ସେମାନଙ୍କର ବିଚାର ଶକ୍ତି ଅନୁସାରେ ବୁଝାଇବା ଉଚିତ ।

Get real time updates directly on you device, subscribe now.