fbpx
BJD SKY
BJD SKY

ଯଦି ଆପଣ ମୁମ୍ବାଇର ସ୍ଥାନୀୟ ବାସୀନ୍ଦା ତେବେ କାହାକୁ Uncle କୁହନ୍ତୁ ନାହିଁ, ନହେଲେ ଆପଣଙ୍କୁ ମଧ୍ୟ ମିଳିବ ଏପରି ଜବାବ

BJD

ଓଡିଶା ଭାସ୍କର : ଆମ ଦେଶର ସଂସ୍କୃତି ଅନୁସାରେ ଆମେ ବଡ ମାନଙ୍କୁ ସବୁବେଳେନ୍ମ୍ାନ ଦେବା ଆବଶ୍ୟକ । ଭାରତରେ ଆପଣ କେବେ ଦେଖିବାକୁ ପାଇ ନଥିଲେ କୌଣସି ବ୍ୟକ୍ତି ନିଜଠାରୁ ବଡ ଲୋକଙ୍କୁ ନାମ ଧରି ଡାକିବା । ଜଣେ ବ୍ୟକ୍ତି ତାହା ଠାରୁ ବଡ ଲୋକମାନଙ୍କୁ ସବୁବେଳେ ଅଙ୍କଲ,ଦାଦା, ଭାଇ, ଜେଜେ ଇତ୍ୟାଦି ନାମରେ ଡାକନ୍ତି । ଅନେକ ଲୋକଙ୍କୁ ଯିଏ ଆପଣଙ୍କ ଠାରୁ ବଡ ତାଙ୍କୁ ନାମ ଧରି ଡାକିଲେ ସେ ରାଗିଯାଆନ୍ତି ଏବଂ କୁହନ୍ତି ପିଲାଟି ସଂସ୍କାର ପାଇ ନାହିଁ । କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଆମ ସଂସ୍କାରର ଓଲଟା ପରିଣତି ଦେଖା ଦେଇଛି । ଜଣେ ଯୁବକଙ୍କୁ ଅଙ୍କଲ କହିବା ବହୁତ ଭାରି ପଡିଲା ଯାହା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହା ମୁମ୍ବାଇର ଲୋକାଲ ଟ୍ରେନର ଦୃଶ୍ୟ ଏଥିରେ ଦେଖିବାକୁ ମିଳିଛି କୋଚରେ ଅଧିକ ଭିଡ ଅଛି । ଅଧିକାଂଶ ଲୋକ ଗେଟ ପାଖରେ ଠିଆ ହୋଇଛନ୍ତି । ସେଠାରେ ଦେଖିବାକୁ ମିଳୁଛି ଜଣେ ଅଙ୍କଲ ତଳେ ବସିଛନ୍ତି । ଯେତେବେଳେ ଟ୍ରେନ ବରେଲି ଷ୍ଟେସନରେ ପହଞ୍ଚିଲା ସେତେବେଳେ ଜଣେ ବ୍ୟକ୍ତି କହିଲେ “ଅଙ୍କଲ ଉଠିଯାଆନ୍ତୁ, ବରେଲି ଷ୍ଟେସନ ଆସୁଛି” କିନ୍ତୁ ଏହା ଉପରେ ବ୍ୟକ୍ତି ଜଣଙ୍କ କୌଣସି ଉତ୍ତର ଦେଇନଥିଲେ । କିଛି ସମୟ ପରେ ବ୍ୟକ୍ତି ଜଣଙ୍କ ପୁଣି ଥରେ ଅଙ୍କଲ ଆପଣ ଠିଆ ହୋଇ ଯାଆନ୍ତୁ । ଏହା ପରେ ତଳେ ବସିଥିବା ବ୍ୟକ୍ତି ଜଣଙ୍କ କହିଲେ, ଆପଣ କିପରି ଭାବରେ ଡାକିଲେ ଆପଣଙ୍କୁ କ’ଣ ଜଣାପଡୁ ନାହିଁ । ଏହା ପରେ ଭିଡିଓ କରୁଥିବା ବ୍ୟକ୍ତି ଜଣଙ୍କ କହିଲେ ଅଙ୍କଲ ତଳେ କିଏ ବସିଛି? ଏହାର ଉତ୍ତରରେ ତଳେ ବସିଥିବା ବ୍ୟକ୍ତି ଜରଙ୍କ କହିଲେ ଅଙ୍କଲ କିଏ?ଏହା ଶୁଣିବା ପରେ ସେଠାରେ ଉପସ୍ଥିତ ଥିବା ସବୁ ଲୋକ ହସିଥିଲେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ପ୍ରଥମେ ଟ୍ୱିଟରରେ @mumbaimatterz ନାମକ ପେଜରୁ ସେୟାର କରାଯାଇଥିଲା । ଏହି ଭିଡିଓ ସେୟାର ହେବା ସହ କ୍ୟାପସନରେ ଲେଖା ହୋଇଛି ମୁମ୍ବାଇରେ କାହାକୁ ଅଙ୍କଲ କୁହନ୍ତୁ ନାହିଁ । ଏବେ ପର୍ଯ୍ୟନ୍ତ ଏହାକୁ ୭୭ ଲୋକ ଦେଖି ସାରିଛନ୍ତି ।

Get real time updates directly on you device, subscribe now.