fbpx

ରବିବାରରେ କରନ୍ତୁ ଏହି ଉପାୟ ରହିବନି ଜୀବନରେ କିଛି ସମସ୍ୟା : ଟଙ୍କାରେ ଭରି ଯିବ ଆପଣଙ୍କ ସିନ୍ଦୁକ

AAKASH

ଭୁବନେଶ୍ୱର : ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବୀ ଓ ଦେବତାଙ୍କୁ ପୂଜା କରାଯାଏ । ରବିବାର ଦିନ ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଏ । ଯଦି ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ତଳେ ଅଛନ୍ତି, ତେବେ ଆପଣଙ୍କର ଅଗ୍ରଗତିରେ ବାଧାପ୍ରାପ୍ତ ହେବ ଏବଂ ଜୀବନରେ ସଂଘର୍ଷ ସହିତ ସମ୍ମୁଖୀନ ହେବାକୁ ପଡିବ । ନିଜ ରାଶିରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ କରିବା ପାଇଁ ରବିବାର ଦିନ କିଛି ସ୍ୱତନ୍ତ୍ର ଉପାୟ କରି ପାରିବେ । ଯହାଦ୍ୱାରା କ୍ୟାରିଅରରେ ଆସୁଥିବା ବାଧାଦୂରେଇ ଯିବ ଏବଂ ବିଗିଡି ଯାଇଥିବା କାମ ସୁଧୁରି ଯିବ । ଜାଣିନିଅନ୍ତୁ ରବିବାର ଦିନ କେଉଁ ଉପାୟ କରିବା ଆବଶ୍ୟକ ।

ରବିବାର ଦିନ କରିନିଅନ୍ତୁ ଏହି ଉପାୟ :

୧. ରବିବାର ଦିନ ସ୍ନାନ ପରେ ଭଲ କପଡ଼ା ପିନ୍ଧନ୍ତୁ । ଏବେ ସୂର୍ଯ୍ୟ ଦେବତାଙ୍କୁ ପାଣି ପ୍ରଦାନ କରନ୍ତୁ । ଏହା ସହିତ ‘ ଓମ୍ ସୂର୍ଯ୍ୟାୟ ନମଃ ଓମ୍ ବାସୁଦେବାୟ ନମଃ ଓମ୍ ଆଦିତ୍ୟାୟ ନମଃ’ ମନ୍ତ୍ର ଜାପ କରନ୍ତୁ ।

୨. ଶାସ୍ତ୍ର ଅନୁସାରେ ଏହି ଦିନ ପିପଳର ବୃକ୍ଷ ତଳେ ସନ୍ଧ୍ୟା ସମୟରେ ଚରି ମୁଖ ହୋଇଥିବା ଦୀପକୁ ଜାଳନ୍ତୁ । ଏହା ଦ୍ୱାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରେ ଧନ ସମ୍ପତିର ଅଭାବ ରୁହେ ନାହିଁ ।

୩. ନିଜ ରାଶିରେ ସୂର୍ଯ୍ୟଙ୍କୁ ମଜବୁତ କରିବା ପାଇଁ ରବିବାର ଦିନ ଆପଣ ଗୁଡ, କ୍ଷୀ. ଚାଉଳ ଏବଂ କପଡ଼ା ଦାନ କରନ୍ତୁ । ଏହାଦ୍ୱାରା ଆପଣଙ୍କୁ ସଫଳତା ମିଳିଥାଏ ।

୪. ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ମନୋସ୍କାମନା ପୂର୍ଣ୍ଣ ହେଉ, ତେବେ ରବିବାର ଦିନ ବରଗଛରେ ନିଜ ମନର କଥାକୁ ଲେଖନ୍ତୁ ଏବଂ ଏହା ପରେ ସେହି ପତ୍ରକୁ ବୋହି ଯାଉଥିବା ପାଣିରେ ଭସାଇ ଦିଅନ୍ତୁ ।

୫. ରବିବାର ଦିନ ୩ଟି ଝାଡ଼ୁ କିଣି ସୋମବାର ଦିନ ସେହି ଝାଡ଼ୁକୁ କୌଣସି ମନ୍ଦିରରେ ଦାନ କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକି ଉଠିବ ।

Get real time updates directly on you device, subscribe now.