ସରକାରଙ୍କୁ ଦିବ୍ୟଶଙ୍କର ମିଶ୍ରଙ୍କ ଚ୍ୟାଲେଞ୍ଜ, “ଦମ୍ ଅଛି ତ ମମିତା ଓ ଗୋବିନ୍ଦ କେସ୍ ଖୋଲି ଦେଖାଅ”
ବିଧାନସଭାରେ ଉଠିଲା ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା। ବିଜେପି ସରକାରଙ୍କୁ ବିଜେଡି ବିଧାୟକଙ୍କ ଚ୍ୟାଲେଞ୍ଜ। ସତସାହସ ଅଛି ଯଦି ମମିତା ମେହେର କେସ୍ ଖୋଲି ଦେଖାଅ।
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା। ଦୀର୍ଘ ୪ ବର୍ଷ ପରେ ପୁଣି ଚର୍ଚ୍ଚା। ଏବେ କୌଣସି ରାଜନୈତିକ ମାହୋଲରେ ନୁହେଁ ବରଂ ବିଧାନସଭାରେ। ହଁ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ଶାସକ ଦଳକୁ ଚ୍ୟାଲେଞ୍ଜ କରିଛି ବିରୋଧୀ ବିଜେଡି।
ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ଯଦି ସାହସ ଅଛି ତାହାଲେ ଏ ସରକାର ମମିତା କେସ୍ ପୁଣି ଥରେ ଖୋଲି ଦେଖାଉ। ହଁ ଦୀର୍ଘ ବର୍ଷ ପରେ ପୁଣି ଗୃହରେ ଉଠିଲା ମମିତା ମେହେର, ଗୋବିନ୍ଦ ସାହୁ ପ୍ରସଙ୍ଗ। ଶାସକ ଦଳକୁ ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ଚ୍ୟାଲେଞ୍ଜ।
ଯଦି ସତସାହସ ଅଛି ମମିତା ମେହେର କେସ୍ ଖୋଲ। ଗୋବିନ୍ଦ ସାହୁ କେସ୍ ବି ଖୋଲ। ଦମ୍ ଅଛି ତ କେସ୍ ଖୋଲି ଆକ୍ସନ ନିଅ। ଆଉ ଏହି ପ୍ରସଙ୍ଗ ଉଠିବାର କାରଣ ହେଉଛି, କିଛି ଦିନ ତଳେ ବିଜେପି ସରକାର କହିଥିଲେ ବହୁତ୍ ଶୀଘ୍ର ମମିତା କେସ୍ ଓ ନବ ଦାସ କେସ୍ ଖୋଲିବ।
ଯଦିଓ ନବ ଦାସ ଫାଇଲ୍ ରିଓପନ ହୋଇସାରିଛି, ହେଲେ ଏବେ ଯାଏଁ ମମିତା ମେହେର କେସ୍ ରିଓପନ ହୋଇନାହିଁ। ତେଣୁ ବିଧାନସଭାରେ ଶାସକ ଦଳକୁ ଚ୍ୟାଲେଞ୍ଜ କରିଛନ୍ତି ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର।
ତେବେ ଦୃଷ୍ଟି ଥାଉକି,କଳାହାଣ୍ଡିର ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ହତ୍ୟା ପରେ ସ୍କୁଲ ପରିସର ଭିତରେ ଜେସିବି ଲଗାଇ ଗାତ ଖୋଳି ପୋତି ଦିଆଯାଇଥିଲା। ଆଉ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲା ଗୋବିନ୍ଦ ଦାସ। ଯାହାକୁ ପୋଲିସ ଗିରଫ କରି ହାଜତରେ ରଖିଥିଲା।
ହେଲେ କେସର ସମ୍ପୂର୍ଣ୍ଣ ସତ ସାମ୍ନାକୁ ଆସିବା ପୂର୍ବରୁ ଜେଲ୍ ଭିତରେ ହିଁ ଫାଶୀ ଦେଇ ଆତ୍ମହତ୍ୟା କରିଥିଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଦାସ। ଆଉ ତାପରେ ମମିତା ମେହେର ହତ୍ୟା ମାମଲାର ଫାଇଲ୍ ଏକ ପ୍ରକାର କ୍ଲୋଜ ହୋଇଯାଇଛି।
ହେଲେ କିଛି ଦିନ ତଳେ ନୂଆ କରି ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ସରକାର ପୁଣି ଥରେ ମମିତା ମେହେର କେସ୍ ରିଓପନ ହେବ ବୋଲି କହିଥିଲା। ହେଲେ ଏହି କେସର ତଦନ୍ତ ପୁଣି ଥରେ ହୋଇନାହିଁ। ବା କେସ୍ ରିଓପନ ହୋଇନାହିଁ। ଆଉ ଏହାରି ଭିତରେ ସରକାରକୁ ଚ୍ୟାଲେଞ୍ଜ ଦେଇଛନ୍ତି ଦିବ୍ୟଶଙ୍କର ମିଶ୍ର।