fbpx

କରୋନା ଭାଇରସରୁ ବଞ୍ଚିବାକୁ ଚାଁହୁଥିଲେ ଯମରାଜଙ୍କୁ ଖୁସି କର !

ଆଗ୍ରା,୭ ।୩: ତାଜ୍ ସହର ଆଗ୍ରାର ପ୍ରସିଦ୍ଧ ଜ୍ୟୋତିଷ ତଥା ପରିବେଶ ସୁରକ୍ଷାକାରୀଙ୍କଠାରୁ ଏକ ଚମତ୍କାର ବିବୃତ୍ତି ଶୁଣିବାକୁ ମିଳିଛି । ସେମାନଙ୍କ ମତରେ, କରୋନା ଭାଇରସର ବିସ୍ତାରକୁ ରୋକିବା ପାଇଁ ଭଗବାନଙ୍କୁ ସନ୍ତୁଷ୍ଟ କରିବା ଉଚିତ୍ ।

ତେବେ ଗତ ଶୁକ୍ରବାର ଦିନ ପରିବେଶ ସୁରକ୍ଷା ତଥା ସାମାଜିକ କର୍ମୀମାନେ ଯମୁନା ଘାଟରେ ଏକ ଯଜ୍ଞ କରିବା ସହ କରୋନାରୁ ବଞ୍ଚିବା ପାଇଁ ଈଶ୍ୱରଙ୍କ ହସ୍ତକ୍ଷେପ ଦାବି କରିଥିଲେ । ବୈଦିକ ସୂତ୍ରର ଅଧ୍ୟକ୍ଷ ତଥା ଆଗ୍ରାର ପ୍ରସିଦ୍ଧ ଜ୍ୟୋତିଷ ପ୍ରମୋଦ ଗୌତମ ନିଜ ବୟାନରେ କହିଥିଲେ ଯେ, ବୃହସ୍ପତି ଉପରେ ରାହୁ ଭାରୀ ରହିଛି । ଫଳସ୍ୱରୂପ ନକାରାତ୍ମକ ଶକ୍ତି ଉତ୍ପନ୍ନ ହେଉଛି, ଯେଉଁ କାରଣରୁ କରୋନା ଜୀବାଣୁ ଅସୁବିଧାଜନକ ହୋଇପଡିଛନ୍ତି ।

ଏଥିସହ ନଦୀ ଯୋଡା ଅଭିଯାନର ପଣ୍ଡିତ ଜୁଗଲ କିଶୋର କହିଥିଲେ ଯେ, ‘ବିଶେଷ ପୂଜା ମାଧ୍ୟମରେ ମୃତ୍ୟୁର ଦେବତା ଅର୍ଥାତ୍ ଯମରାଜଙ୍କୁ ପ୍ରସନ୍ନ କରିବା ପାଇଁ ଉଦ୍ୟମ କରାଯାଉଛି । ଯେଉଁଥିରେ କରୋନାର ପ୍ରଭାବ ସମାପ୍ତ ହୋଇଯିବ ।’

Get real time updates directly on you device, subscribe now.