fbpx

ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଫଟୋ ପୁଣି ହୋଇଯିବ ସୁନ୍ଦର: IIT Madras ରିସର୍ଚ୍ଚର ବିକଶିତ କଲେ ନୂଆ ଟେକନିକ

ନୂଆଦିଲ୍ଲୀ: ଆଜିକାଲି ଆମେ ସୋସିଆଲ୍ ମିଡ଼ିଆରେ ଫଟୋକୁ ବିଭିନ୍ନ ପ୍ରକାର ଢଙ୍ଗରେ ଦେଖିବାକୁ ପାଇଥାଉ । ଏଥି ମଧ୍ୟରେ ଫଟୋଟି ହସୁଥିବା, ମୁଣ୍ଡ ହଲାଇବା, ମୁଣ୍ଡ ତଳକୁ ପୋତିବ ଆଦି ଜୀବନ୍ତ ମଣିଷ ଭଳି ଦେଖିବାକୁ ମିଳିଥାଏ । ତେବେ ନିକଟରେ ଆଇଆଇଟି ମାଡ୍ରାସର ରିସର୍ଚ୍ଚରମାନେ ଏକ ଶକ୍ତିଶାଳୀ ଆର୍ଟିଫିସିଆଲ ନ୍ୟୁରାଲ ନେଟୱାର୍କର ବିକଶିତ କରିଛନ୍ତି, ଯାହାକି ସିସିଟିଭିର ଇମେଜକୁ ବାସ୍ତବ ଚିତ୍ରକୁ ଫେରାଇ ଆଣିବାରେ ସହାୟକ ହେବ । ଏନେଇ ଆଇଆଇଟି ମାଡ୍ରାସର ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଡଃ ଏ.ଏନ. ରାଜଗୋପାଳନଙ୍କର ଏକ ସ୍ତମ୍ଭ ଆଇଇଇଇରେ ପ୍ରକାଶିତ ହୋଇଛି । ଏହି କାର୍ଯ୍ୟରେ ଡଃ ରାଜଗୋପାଳଙ୍କୁ ଆଇଆଇଟି ମାଡ୍ରାସର ମୈତ୍ରେୟ ସୁଇଁ ଓ କୁଲଦୀପ ପୁରୋହିତ ସହଯୋଗ କରୁଛନ୍ତି ।

ଡଃ ରାଜଗୋପାଳନଙ୍କ ଏହି ନୂଆ ଟେକନିକକୁ ଉପଯୋଗ କରି ବର୍ଷା ଜଳ, କୁହୁଡ଼ି ଦ୍ୱାରା ଅସ୍ପଷ୍ଟ ଚିତ୍ରକୁ ପରିଷ୍କାର କରାଯାଇପାରିବ । ଏହି ପ୍ରକ୍ରିୟାରେ ଅବକ୍ଷୟ ଚିତ୍ରଗୁଡ଼ିକୁ ଜୀବନ୍ତ କରିବା ପାଇଁ କୃତ୍ରିମ ସ୍ନାୟୁ ନେଟୱାର୍କର ଶକ୍ତିର ବ୍ୟବହାର କରାଯାଉଛି । ତେବେ ରିସର୍ଚ୍ଚରଙ୍କ ମତରେ, ଅବକ୍ଷୟ ହୋଇଥିବା ଚିତ୍ରକୁ ପରିଷ୍କାର ଭାବେ ଦେଖିବା ପାଇଁ ଗୋଟିଏ ସ୍ନାୟୁ ନେଟୱାର୍କ ପାଇଁ ଏହା ଅସମ୍ଭବ ହୋଇଥିବାରୁ ସେଥିପାଇଁ ଦୁଇଟି ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଏହା କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ପ୍ରାଥମିକ ପର୍ଯ୍ୟାୟରେ, ଖରାପ ଅଂଶକୁ ଚିହ୍ନଟ କରିବାକୁ ସ୍ନାୟୁ ନେଟୱାର୍କକୁ ତାଲିମ୍ ଦିଆଯିବ । ଦ୍ୱିତୀୟ ପର୍ଯ୍ୟାୟରେ ଛବିର ଇନଫରମେସନକୁ ଗଚ୍ଛିତ କରିବାକୁ ସ୍ନାୟୁ ନେଟୱାର୍କକୁ ବ୍ୟବହାର କରାଯିବ ।

Get real time updates directly on you device, subscribe now.