fbpx

ପ୍ରେଗନେନ୍ସି ଏବଂ ଆବୋରସନ୍ ଭଳି ମିଛ ଖବରକୁ ନେଇ ରାଗିଲେ ଇଲିୟାନା, କହିଲେ ଏପରି

ମୁମ୍ବାଇ, ୦୨ ।୦୫ (ଓଡ଼ିଶା ଭାସ୍କର) : ଫିଲ୍ମ ଅଭିନେତ୍ରୀ ଏବଂ ଅଭିନେତା ମାନଙ୍କୁ ନେଇ ଅନେକ ଗୁଜବ ପ୍ରଚାର ହୋଇଥାଏ । ସାଧାରଣତଃ ଗୁଜବ ସବୁକୁ ନେଇ ଷ୍ଟାର ମାନେ କିଛି ରିଆକ୍ଟ କରନ୍ତି ନାହିଁ । ବେଳେ ବେଳେ ଏମିତି ବି ହୁଏ କି କିଛି ଏପରି ଗୁଜବ ଶୁଣିବାକୁ ମିଳେ ଯାହା ଅନେକ ସମୟରେ ଆଶ୍ଚର୍ଯ୍ୟ କରିଦିଏ । ନିକଟରେ ବଲିଉଡ୍ ଅଭିନେତ୍ରୀ ଇଲିୟାନା ଡି-କ୍ରୁଜ୍ ଙ୍କୁ ନେଇ ଗୁଜବ ଖୁବ୍ ଜୋରରେ ବ୍ୟାପିଥିଲା । ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା ।


ତାହା ହେଉଛି ସେ କୁଆଡେ ଗର୍ଭବତୀ ଥିଲେ ଏବଂ ପରେ ଆବୋରସନ୍ କରେଇ ଦେଇଥିଲେ । ଏହାକୁ ଶୁଣି ନିଜେ ଇଲିୟାନା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ଖୁବ୍ ଜୋରରେ ରାଗି ଯାଇଥିଲେ । ଏହାକୁ ନେଇ ସେ ଏକ ଇନଟରଭିୟୁ ରେ ପ୍ରତିକ୍ରିୟା ରଖିଥିଲେ ।


ସେ କହିଥିଲେ ଯେ, “ମୋ ବିଷୟରେ ଗୁଜବ ସୃଷ୍ଟି କରାଯାଇଥିଲା ଯେ, ମୁଁ କୁଆଟେ ପ୍ରେଗନେଟ୍ ଥିଲି ଏବଂ ମୁଁ ମୋର ଆବୋରସନ୍ କରିଛି । କିଛି ଲୋକ ଅନେକ ସୃଷ୍ଟି କରନ୍ତି ସେଥି ମଧ୍ୟରୁ ଏହା ହେଉଛି ଗୋଟିଏ । ଲୋକ ଏମିତି କା ଖବର ଲେଖନ୍ତି, ଯାହା ବହୁତ ଦୁଃଖିତ । ଖାଲି ଏହା ନୁହେଁ କିଛି ଲୋକ ଏମିତି ବି ଲେଖିଥିଲେ ଯେ, ମୁଁ ସୁଇସାଇଡ୍ କରିବାକୁ ଚେଷ୍ଟା କରିଥିଲି । ମୁଁ ଜାଣିନି ଯେ ଲୋକଙ୍କୁ ଏଭଳି ଖବର ମିଳେ କେଉଁଠୁ ।”


ସେହିପରି କିଛି ଦିନ ତଳେ ଇଲିୟାନା ନିଜ ଉପରେ ହୋଇଥିବା ବଡି ସେମିଂର ଖୁଲାସା କରିଥିଲେ । ନିକଟରେ ସେ କହିଛନ୍ତି ଯେ, ସୋସିଆଲ ମିଡିଆରେ ଆଜି ବି କିଛି ଲୋକ ମୋ ବଡି ପାର୍ଟସ୍ କୁ ନେଇ ମଜାକ୍ ବନାଉଛନ୍ତି ।

Get real time updates directly on you device, subscribe now.