fbpx

(Video) ମୁଁ ଏପର୍ଯ୍ୟନ୍ତ ବଞ୍ଚିଛି ତୁମେ ଭାଙ୍ଗିପଡ଼ନି; ସରକାର ପୁଣି ବଦଳିବ ବୋଲି କହିଲେ ନବୀନ

Advertisement

ଭୁବନେଶ୍ବର: ୨୪ ବର୍ଷର ସରକାର ଭାଙ୍ଗି ଯାଇଛି । ବିଜେଡି କର୍ମୀ ମାନେ ବି ଭାଙ୍ଗି ପଡ଼ିଛନ୍ତି । ସମସ୍ତେ ଏବେ ଝଟକା ଖାଇଛନ୍ତି । ହଠାତ୍ ସରକାର ବଦଳି ଯିବ କେହି କେବେ ଭାବି ନଥିଲେ । କର୍ମୀ ମାନଙ୍କର ଭାବନାରୁ ପୁରା ବିପରିତ ଘଟଣା ସବୁ ଘଟି ଯାଇଛି । ଯାହାକୁ ନେଇ ଏବେ ଦୁଃଖରେ ଭାଙ୍ଗି ପଡ଼ଛନ୍ତି ବିଜେଡିର କର୍ମୀ ମାନେ । ହେଲେ ଜଣିଏ କେବଳ ଭାଙ୍ଗି ନାହାଁନ୍ତି ଆଉ ସେ ହେଉଛନ୍ତି ଦଳର ମୁଖିଆ ନବୀନ ପଟ୍ଟନାୟକ । ବିଜେଡିର କର୍ମୀ ମାନଙ୍କୁ ପାଖକୁ ଡାକି ସେମାନଙ୍କ ମନରେ ଉତ୍ସାହ ଭରିଛନ୍ତି ।

ସରକାର ଭାଙ୍ଗିଗଲା ପରେ ନବୀନ କର୍ମୀ ମାନଙ୍କୁ ଉତ୍ସାହିତ କରିବାରେ ଲାଗି ପଡ଼ିଛନ୍ତି । ଯେମିତି ଦଳ ନଭାଙ୍ଗି ଆଗକୁ ଶକ୍ତ ହେବ ସେ ଦିଗରେ ଆରମ୍ଭ କରିଛନ୍ତି ପ୍ରକ୍ରିଆ । ନିଜେ ମାଇକ ଧରି କର୍ମୀ ମାନଙ୍କୁ ଏମିତି କହିଛନ୍ତି । ଟିକେ ଏହି ସବୁ ଫଟୋକୁ ଦେଖନ୍ତୁ । କେମିିତି ନବୀନ ମାଇକ ଧରି କର୍ମୀ ମାନଙ୍କୁ କହୁଛନ୍ତି । କହୁଛନ୍ତିକି ମୁଁ ବଞ୍ଚିଛି ଏପର୍ଯ୍ୟନ୍ତ ମରି ନାହିଁ । ଆମେ ହାରିଛେ କିନ୍ତୁ ଦଳ ଭାଙ୍ଗି ନାହିଁ । ଲୋକଙ୍କୁ ସେବା କରିବା ଆମ ଧର୍ମ । ଆଉ ଆମେ ଯେମିତି ସେବା କରୁଥିଲେ ସେମିତି ଲୋକଙ୍କର ସେବା କରି ଚାଲିବା ।

କାରଣ ଓଡ଼ିଶାବାସୀଙ୍କ ସେବା ହେଉଛି ଆମର ସଙ୍କଳ୍ପ । ଆଉ ସଂକଳ୍ପକୁ ସାକାର କରିବା ଦିଗରେ ଆମେ ସମସ୍ତେ ଆଗକୁ ବଢ଼ିବା । ଯେତେବେଳେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି ଠିକ ସେତିକି ବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନରେ କର୍ମୀ ମାନଙ୍କୁ ଏମିତି ମନ୍ତ୍ରଣା ଦେଉଥିବାର ଦେଖିବାକୁ ମିଳିଛି । ସେପଟେ ଯଦି ଦେଖିବା ଏପର୍ଯ୍ୟନ୍ତ ନବୀନଙ୍କ ଉତ୍ତରାଧିକାରୀ କିଏ ହେବ ତାହା ଜଣା ପଡ଼ି ନାହିଁ । ଅରୁଣଙ୍କୁ ବାରମ୍ବାର ବୁଝାଉଛନ୍ତି ନବୀନ । ହେଲେ ସେ ବୁଝିବାକୁ ନାରାଜ । ଏମିତି ସମୟରେ ନବୀନ କର୍ମୀ ମାନଙ୍କୁ ଡାକି ଉତ୍ସାହିତ କରୁଛନ୍ତି । ଯାହା ସବୁ ଠାରୁ ଆଶ୍ଚର୍ଯ୍ୟକର କଥା । ଆଗାମି ଦିନରେ ବିଜେଡିର ଭବିଶ୍ୟତ କଣ ହେବ ତାହା ସମୟ କହିବ ।

Get real time updates directly on you device, subscribe now.