fbpx

ଆସନ୍ତା ୫ ଦିନ ଜାରି ରହିବ ପ୍ରବଳ ବର୍ଷା! ୨୦ଟି ରାଜ୍ୟକୁ ଆଲର୍ଟ କଲା IMD, ଓଡ଼ିଶାବାସୀଙ୍କ ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ: ନିକଟରେ ଯମୁନା ନଦୀ ଦେଶର ରାଜଧାନୀ ଦିଲ୍ଲୀର ଅବସ୍ଥା ବେହାଲ କରିଦେଇଥିଲା । ତେବେ ଏହା ମଧ୍ୟରେ ପୁଣି ଥରେ ଦିଲ୍ଲୀକୁ ମାଡ଼ି ଆସୁଛି ଆଉ ଏକ ବଡ଼ ବିପଦ । ଦେଶର ବିଭିନ୍ନ ସ୍ଥାନରେ ସମ୍ଭାବ୍ୟ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ରହିଛି ।

ଆଇଏମଡି ସୂଚନା ମୁତାବକ, ଆସନ୍ତା ୧୭ ଓ ୧୮ ତାରିଖରେ ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଉତ୍ତର ବିହାର, ଉତ୍ତରପ୍ରଦେଶ, ପଶ୍ଚିମ ମଧ୍ୟପ୍ରଦେଶ, ଉତ୍ତର-ପୂର୍ବ ଭାରତ, ସିକିମ ଓ ଉତ୍ତରାଖଣ୍ଡରେ ଆସନ୍ତା ୫ ଦିନ ଧରି ବର୍ଷା ହୋଇପାରେ । ଏଥିସହିତ କର୍ଣ୍ଣାଟକର ଉପକୂବର୍ତ୍ତୀ ଅଞ୍ଚଳ ଓ ମହାରାଷ୍ଟ୍ରର ପୂର୍ବାଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି ।

ଉତ୍ତରପ୍ରଦେଶ ଓ ଉତ୍ତର ରାଜସ୍ଥାନରେ ଆସନ୍ତା ୪ ଦିନ ଧରି ପ୍ରବଳ ବର୍ଷା ହୋଇପାରେ । ସେହିପରି ୧୫ ଓ ୧୬ ତାରିଖ ଦିନ ପଶ୍ଚିମବଙ୍ଗ ଓ ସିକିମ, ୧୫ରୁ ୧୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶା, ୧୫ରୁ ୧୬ ତାରିଖ ପର୍ଯ୍ୟନ୍ତ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତା ୫ ଦିନ ଧରି ମଧ୍ୟ ଭାରତରେ ପ୍ରବଳ ବର୍ଷା ହୋଇପାରେ । ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ଓ ୧୭ ତାରିଖରେ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇପାରେ । ୧୯ ତାରିଖରେ ଗୁଜରାଟ, ୧୫ରୁ ୧୯ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ, ୧୫ରୁ ୧୮ ପର୍ଯ୍ୟନ୍ତ ତେଲେଙ୍ଗାନା ଓ କେରଳ, ୧୮ରୁ ୧୯ ପର୍ଯ୍ୟନ୍ତ କର୍ଣ୍ଣାଟକରେ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.