fbpx
BSKY
BJD SHG SKY
BJD YOUTH SKY

୭ ରାଜ୍ୟକୁ ମିଳିଲା ଚେତାବନୀ: ଆଗାମୀ ୫ ଦିନରେ ତାତି ଆହୁରି ବଢିବା ନେଇ ସୂଚନା ଦେଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ ତରଫରୁ ୭ଟି ରାଜ୍ୟକୁ ଦିଆଯାଇଛି ଚେତାବନୀ । ଆସନ୍ତା ୫ ଦିନ ମଧ୍ୟରେ ଏଠାରେ ତାତି ଆହୁରି ବଢିବା ସହିତ ହିଟ ୱେଭର ବିପଦ ଲାଗି ରହିବ ବୋଲି ସୂଚନା ଦେଇଛି ମୌସୂମୀ ବିଭାଗ । ଉତ୍ତର ଭାରତର କିଛି ରାଜ୍ୟରେ ତାପମାତ୍ରା ଆହୁରି ବଢିବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି । ତେଣୁ ଲୋକମାନଙ୍କୁ ଖରାବେଳେ ଅତ୍ୟନ୍ତ ଖରାରେ ବାହାରକୁ ଯିବା ପାଇଁ ବାରଣ କରାଯାଇଛି ।

ଇଣ୍ଡିଆନ ମେଟେରୋଲୋଜିକାଲ ଡିପାର୍ଟମେଣ୍ଟ(ଓଗଊ) ପକ୍ଷରୁ ଉତ୍ତର ଭାରତର ୭ଟି ରାଜ୍ୟକୁ ସତର୍କ ସୂଚନା ଜାରି କରାଯାଇଛି । ଜମ୍ମୁ, ହିମାଚଳ ପ୍ରଦେଶ, ହରିୟାଣା, ଉତ୍ତର ପ୍ରଦେଶ, ରାଜସ୍ଥାନ ସମେତ ମଧ୍ୟ ପ୍ରଦେଶ ଏବଂ ରାଜଧାନୀ ଦିଲ୍ଲୀ ମଧ୍ୟ ପାଣିପାଗ ବିଭାଗର ଏହି ତାଲିକାରେ ସ୍ଥାନ ପାଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ରାଜ୍ୟଗୁଡିକରେ ତାପମାତ୍ରା ଆହୁରି ବଢିବା ସହିତ ଘୂର୍ଣ୍ଣିଝଡ ବା ଲୁ ଇତ୍ୟାଦି ହେବାର ଆଶଙ୍କା ମଧ୍ୟ କରାଯାଉଛି । ଏମିତି ପରିସ୍ଥିତିରେ ଭୀଷଣ ଖରାରେ ଘରୁ ବାହାରକୁ ନ ବାହାରିବା ପାଇଁ ପାଣିପାଗ ବିଭାଗ ସତର୍କ କରାଇଛି ।

ସେପଟେ ପଶ୍ଚିମବଙ୍ଗ ଏବଂ ସିକିମରେ ୫ରୁ ୮ ତାରିଖ ମଧ୍ୟରେ ଭଲ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ଏହି ସମୟରେ ଏପ୍ରିଲ ୯ ତାରିଖରେ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି । ଆଣ୍ଡାମାନ ନିକୋବର ଦ୍ୱୀପ ସମୂହରେ ମଧ୍ୟ ଖରାପ ପାଣିପାଗ ରହିବାର ଆଶଙ୍କା ରହିଛି । ନେସନାଲ କ୍ୟାପିଟାଲ ରିଜନ()ରେ ମଧ୍ୟ ହିଟ ୱେଭ ଜାରି ରହିବ ଯାହା ଫଳରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିପାରେ ।

Get real time updates directly on you device, subscribe now.