fbpx
BSKY SKY
BSKY SKY

“ଚୋର, ଲୁଟେରାଙ୍କୁ ପ୍ରଧାନମନ୍ତ୍ରୀ କରି ଦେଉଛ…”: ପାକିସ୍ତାନ ସରକାର ବିପକ୍ଷରେ ଇମ୍ରାନ ଖାନଙ୍କ ବଡ ବୟାନ

BSKY

ନୂଆଦିଲ୍ଲୀ: ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ ଖାନ । ତେବେ ଏହା ପୂର୍ବରୁ ପାକ୍ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି ଇମ୍ରାନ ଖାନ । ଯାହାକୁ ନେଇ ବର୍ତ୍ତମାନ ଦେଶବ୍ୟାପୀ ବିବାଦ ଲାଗି ରହିଛି । ଲାହୋରରେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ଶେହବାଜ ଶେରିଫଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ।

ବର୍ତ୍ତମାନର ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ଶେରିଫଙ୍କୁ ଚୋର, ଲୁଟେରା ଡାକୁ ଭଳି କଟୁ ଶବ୍ଦରେ ଇମ୍ରାନ ଖାନ ଆହ୍ୱାନ କରିଛନ୍ତି । ଏହାପୂର୍ବରୁ ଟ୍ୱିଟ କରି ସେ କହିଥିଲେ ଯେ, ଯେଉଁ ଦେଶରେ ଅପରାଧୀଙ୍କୁ ଶାସକ ସିଂହାସନରେ ବସାଇ ଦିଆଯାଏ, ସେହି ଦେଶର ଭବିଷ୍ୟତ କ’ଣ ହୋଇପାରେ ବୋଲଇ ଟ୍ୱିଟରରେ ସେ ପ୍ରଶ୍ନ କରିଥିଲେ । ଏନଏବି ଦ୍ୱାରା ଶେହବାଜ ଶେରୀଫଙ୍କୁ ୮ ଆରବର ସମ୍ପତ୍ତି ହେରଫେର ଏବଂ ଏଫଆଇଏ ଦ୍ୱାରା ୧୬ ଆରବ ସମ୍ପତ୍ତିର ଭ୍ରଷ୍ଟାଚାର ଅଭିଯୋଗରେ ଫସିବାକୁ ଯାଉଥିଲେ ପାକିସ୍ତାନର ପ୍ରଧାନମନ୍ତ୍ରୀ ବୋଲି ସେ ନିଜ ବୟାନରେ କହିଛନ୍ତି । ତେବେ ଏନଏବି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଳମ୍ବ ହେବାରୁ ସେ ବର୍ତ୍ତି ଯାଇଥିଲେ ।

ଇମ୍ରାନ ଖାନ ଆହୁରି କହିଛନ୍ତି ଯେ, ତାଙ୍କ ବିରୋଧରେ ମାମଲାର ଯାଞ୍ଚ କରୁଥିବା ସଂସ୍ଥାଗୁଡିକର ପ୍ରମୁଖ ଭାବରେ ନିଯୁକ୍ତି ପାଇଛନ୍ତି ଶେହବାଜ । ପ୍ରଧାନମନ୍ତ୍ରୀ ପଦ ମିଳିବା ମାତ୍ରେ ତାଙ୍କୁ ସେହି ସଂସ୍ଥାଗୁଡିକର ପ୍ରମୁଖ ଭାବେ ନିଯୁକ୍ତ କରାଯାଇଛି ବୋଲି ଇମ୍ରାନ ଖାନ ନିଜ ବୟାନରେ କହିଛନ୍ତି । ପ୍ରଥମେ ଏଫଆଇଏ ଏବଂ ବର୍ତ୍ତମାନ ଏନଏବିର ମୁଖ୍ୟ ଭାବେ ଶେଡବାଜ ଦାୟିତ୍ୱ ନେଇଛନ୍ତି । ତେବେ ୧୬ ବିଲିୟନର ଭ୍ରଷ୍ଟାଚାର ଏବଂ ୮ ବିଲିୟନ ମନି ଲଣ୍ଡ୍ରିଙ୍ଗ ମାମଲାରୁ ମୁକୁଳିବା ପାଇଁ ଏବେ ଶେହବାଜଙ୍କୁ ଆହୁରି ସହଜ ହୋଇଯିବ ବୋଲି ପ୍ରକାଶ କରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।

Get real time updates directly on you device, subscribe now.