fbpx

ଅଲିମ୍ପିକ୍ସରେ ପାକିସ୍ତାନର ମାତ୍ର ୧୦ ଖେଳାଳି, ଲଜ୍ଜା ବୋଲି କହିଲେ ପୂର୍ବତନ କ୍ରିକେଟର୍

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସରେ ପାକିସ୍ତାନରୁ ମାତ୍ର ୧୦ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଛନ୍ତି । ଏହା ସବୁଠାରୁ ବଡ଼ ଲଜ୍ଜାଜନକ ଘଟଣା ବୋଲି ପୂର୍ବତନ କ୍ରିକେଟର୍ ଇମ୍ରାନ୍ ନାଜିର୍ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ ଟ୍ୱିଟ୍ ଜରିଆରେ ଏଭଳି ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଇମ୍ରାନ୍ କହିଛନ୍ତି ଯେ ୨୨୦ ମିଲିଅନ୍ ଜନସାଂଖ୍ୟା ମଧ୍ୟରୁ ମାତ୍ର ୧୦ ଜଣ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିବା ବଡ଼ ଲଜ୍ଜାଜନକ ଘଟଣା । ଖେଳ ପରିଚାଳନା ଓ ଖେଳାଳି ଚୟନ ଆଦି ବ୍ୟବସ୍ଥା ସହ ଜଡ଼ିତ ଦେଶର ସମସ୍ତ ଉଚ୍ଚପଦସ୍ତ ବ୍ୟକ୍ତିବିଶେଷଙ୍କୁ ଇମ୍ରାନ କଡ଼ା ସମାଲୋଚନା କରିବା ସହ ଏହାଠାରୁ ଆଉ ଲଜ୍ଜାଜନକ ଘଟଣା କଣ ଅଛି ବୋଲି ପ୍ରଶ୍ନ କରିଛନ୍ତି । ଏଥିସହ ସେ ଏକ ଫଟୋ ଶେଆର୍ କରିଛନ୍ତି ଯେଉଁଥିରେ ଚଳିତ ୨୦୨୧ର ପାକ୍ ଖେଳାଳିମାନେ ରହିଛନ୍ତି ଏବଂ ଅନ୍ୟଫଟୋରେ ୨୦୧୨ର ଏକ ଦୃଶ୍ୟ ରହିଛି ।

Get real time updates directly on you device, subscribe now.